ଭରତପୁର ଥାନା ଘଟଣାରେ ପ୍ରତିକ୍ରିୟା ରଖିଲେ ଡିସିପି
ଭୁବନେଶ୍ୱର : ଭରତପୁର ଥାନା ପୋଲିସ ଏବଂ ମେଜର ବିବାଦ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି ମେଜର ଏବଂ ତାଙ୍କ ବାନ୍ଧବୀ ମଦ୍ୟପାନ କରି ଥାନାକୁ ଆସି ହଙ୍ଗାମା କରିଥିଲେ । ସେଠାରେ ଉଭୟେ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଥାନା କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ପୋଲିସକୁ ଗାଳି ଗୁଲଜ କରିବା ସହିତ କର୍ତବ୍ୟରତ ମହିଳା ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ । ତେବେ […]
ଭୁବନେଶ୍ୱର : ଭରତପୁର ଥାନା ପୋଲିସ ଏବଂ ମେଜର ବିବାଦ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି ମେଜର ଏବଂ ତାଙ୍କ ବାନ୍ଧବୀ ମଦ୍ୟପାନ କରି ଥାନାକୁ ଆସି ହଙ୍ଗାମା କରିଥିଲେ । ସେଠାରେ ଉଭୟେ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଥାନା କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ପୋଲିସକୁ ଗାଳି ଗୁଲଜ କରିବା ସହିତ କର୍ତବ୍ୟରତ ମହିଳା ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ । ତେବେ ଏହାକୁ ସେ ପ୍ରତୋରୋଧ କରିବାରୁ ଉକ୍ତ ମହିଳା ପୋଲିସଙ୍କ ହାତକୁ କାମୁଡି ଦେଇଥିଲେ ମେଜରଙ୍କ ବାନ୍ଧବୀ । ଜାତୀୟ ଖବର ସରବରାହ ସଂସ୍ଥା ANI କୁ ମନ୍ତବ୍ୟ ଦେଇ ଡିସିପି,ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଦୋଷାରୋପ କରିଛନ୍ତି । ତେବେ ଏହି ଘଟଣାରେ ସ୍ଥାନୀୟ ମିଡ଼ିଆ ରେ ଡିସିପି କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ ଉଠିଛି ।




