ଭରତପୁର ଥାନା ଘଟଣା, ସତ୍ୟପାଠ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଭରତପୁର ଥାନା ପୋଲିସ – ମେଜର ବିବାଦ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏହାରି ଭିତରେ ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପରଠାରୁ ୨୧ ଦିନ ଯାଏ ସତ୍ୟପାଠ ଆହ୍ବାନ କରାଯାଇଛି । ଜଷ୍ଟିସ୍‌‌ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଗଠିତ କମିଟି ତଦନ୍ତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ଥିବା ସମସ୍ତଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ବିଧିବଦ୍ଧ ବିଜ୍ଞପ୍ତି […]

Samaya Live Picture
Published On

ଭୁବନେଶ୍ୱର : ଭରତପୁର ଥାନା ପୋଲିସ – ମେଜର ବିବାଦ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏହାରି ଭିତରେ ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପରଠାରୁ ୨୧ ଦିନ ଯାଏ ସତ୍ୟପାଠ ଆହ୍ବାନ କରାଯାଇଛି । ଜଷ୍ଟିସ୍‌‌ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଗଠିତ କମିଟି ତଦନ୍ତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ଥିବା ସମସ୍ତଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେନା ଅଧିକାରୀ ତାଙ୍କ ବାନ୍ଧବୀଙ୍କ ସହ ୫ ନିଲମ୍ବିତ ପୋଲିସ ଅଧିକାରୀ ଓ ୭ ଜଣ ଅଭିଯୁକ୍ତଙ୍କୁ ଛାଡି ଅନ୍ୟମାନେ ବି ଆବେଦନ କରିପାରିବେ । ଏହାସହିତ ସାଧାରଣ ଲୋକ, ବୃଦ୍ଧିଜୀବୀମାନେ ଚାହିଁଲେ ବି ଏହି ଘଟଣାରେ ସତ୍ୟପାଠ ଦାଖଲ କରିପାରିବେ। ସତ୍ୟପାଠ ଦାଖଲ ହୋଇ ସାରିବା ପରେ କମିଶନ ପକ୍ଷରୁ ନୋଟିସ୍‌‌ କରାଯାଇ ଅଧିକ ତଦନ୍ତ ଆରମ୍ଭ ହେବ । ଆବେଦନକାରୀ କେମିତି ଘଟଣା ସହ ଜଡିତ ସେ ନେଇ ଉଲ୍ଲେଖ କରିବେ । ଶ୍ରୀଦାଶଙ୍କ ଅଧ୍ୟକ୍ଷତାରେ ଏସବୁ ଆବେଦନପତ୍ରକୁ ତର୍ଜମା କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯିବ । ଯେଉଁ ଆବେଦନକାରୀ ତଦନ୍ତ ପ୍ରକ୍ରିୟାରେ ସାମିଲ ନାହାନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ । ପକ୍ଷଭୁକ୍ତ ଆବେଦନକାରୀଙ୍କୁ କମିଶନଙ୍କ ପକ୍ଷରୁ ସମନ ପଠାଯିବ ।

Tags: