ଭରତପୁର ଥାନା ଘଟଣା,ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଭୁବନେଶ୍ୱର : ଭରତପୁର ପୋଲିସ-ମେଜର ବିବାଦ ଘଟଣା ଇ ଆଜିଠାରୁ ଆରମ୍ଭ ହେବ ବିଚାର ବିଭାଗୀୟ ତଦନ୍ତ । ଏନେଇ ସର୍କିଟ ହାଉସରେ ବସିଛି ବୈଠକ । ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ଭୁବନେଶ୍ବର ସର୍କିଟ ହାଉସରେ ସ୍ଥାପିତ ହୋଇଛି କମିଶନଙ୍କ କାର୍ଯ୍ୟାଳୟ । ଆଜି ବିଜ୍ଞପ୍ତି ପ୍ରକାଶ କରିବେ କମିଶନ । ସତ୍ୟପାଠ ଆହ୍ୱାନ ପାଇଁ ଜାରି ହେବ ବିଜ୍ଞପ୍ତି । ଆସନ୍ତା କାଲି ବିଜ୍ଞପ୍ତି ପ୍ରକାଶ କରାଯିବ । […]

Samaya Live Picture
Published On

ଭୁବନେଶ୍ୱର : ଭରତପୁର ପୋଲିସ-ମେଜର ବିବାଦ ଘଟଣା ଇ ଆଜିଠାରୁ ଆରମ୍ଭ ହେବ ବିଚାର ବିଭାଗୀୟ ତଦନ୍ତ । ଏନେଇ ସର୍କିଟ ହାଉସରେ ବସିଛି ବୈଠକ । ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ଭୁବନେଶ୍ବର ସର୍କିଟ ହାଉସରେ ସ୍ଥାପିତ ହୋଇଛି କମିଶନଙ୍କ କାର୍ଯ୍ୟାଳୟ । ଆଜି ବିଜ୍ଞପ୍ତି ପ୍ରକାଶ କରିବେ କମିଶନ । ସତ୍ୟପାଠ ଆହ୍ୱାନ ପାଇଁ ଜାରି ହେବ ବିଜ୍ଞପ୍ତି । ଆସନ୍ତା କାଲି ବିଜ୍ଞପ୍ତି ପ୍ରକାଶ କରାଯିବ । ପୂର୍ବରୁ କମିଶନଙ୍କୁ “ଟର୍ମ ଅଫ ରେଫରେନ୍ସ” ଦେଇ ସାରିଛନ୍ତି ରାଜ୍ୟ ସରକାର । ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ଉପସ୍ଥିତ ରହିଛନ୍ତି । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିଲା।

ଅନ୍ୟପଟେ ନିଲମ୍ବିତ ୫ ପୋଲିସ କର୍ମଚାରୀଙ୍କର ଆଜି ଗୁଜୁରାଟ ଗାନ୍ଧୀ ନଗରରେ ହେବ ପଲିଗ୍ରାଫ ଟେଷ୍ଟ । ଏଥିପାଇଁ କ୍ରାଇମବ୍ରାଞ୍ଚ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ, ଏଏସ୍‌ଆଇ ସଲିଳମୟୀ ସାହୁ ଏବଂ ଘଟଣା ଦିନ ଥାନାରେ ପ୍ରତ୍ୟକ୍ଷଦର୍ଶୀ ଭାବେ ଉପସ୍ଥିତ ଥିବା କାର୍ଯ୍ୟରତ ଏସ୍‌ଆଇ ପ୍ରଶାନ୍ତ ମହାରଣାଙ୍କୁ ନେଇ ରବିବାର ଗୁଜରାଟ ଯାଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ୩ଜଣିଆ ଟିମ୍‌ ମଧ୍ୟ ସେଠାକୁ ଯାଇଛି। ତେବେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ, ନାର୍କୋ-ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଙ୍ଗ୍‌ ଟେଷ୍ଟ ହେବାକୁ ଥିବାବେଳେ ଅନ୍ୟ ୪ ପୋଲିସ ଅଧିକାରୀଙ୍କ କେବଳ ପଲିଗ୍ରାଫ୍‌ ଟେଷ୍ଟ କରାଯିବ। ଏହାପରେ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସାମ୍ନାକୁ ଆସିବ ସତ। ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଘଟଣାର ସତ୍ୟାସତ୍ୟ ଜଣା ପଡିବ ।

Tags: