ଭରତପୁର ଥାନା ବିବାଦ ମାମଲା ,ଶୁଣାଣି ସ୍ଥଗିତ
ଭୁବନେଶ୍ୱର : ଭରତପୁର ଥାନା ଘଟଣାରେ ତଦନ୍ତ କମିସନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଶୁଣାଣି ସ୍ଥଗିତ ରହିଛି। ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ସଂକ୍ରାନ୍ତ ଦସ୍ତାବିଜ ଓ ଭିଡ଼ିଓ ଦାଖଲ ଲାଗି ଦିନଧାର୍ଯ୍ୟ ହୋଇଥିଲା। ତେବେ ଠିକଣା ସମୟରେ କ୍ରାଇମ୍ବ୍ରାଞ୍ଚ ଏସବୁ ଭିଡିଓର ସତ୍ୟାସତ୍ୟ ଦାଖଲ କରିପାରି ନାହିଁ । ତେଣୁ ଆସନ୍ତା ୮ ପରିବର୍ତ୍ତେ ୧୮ ତାରିଖରେ ଆଗାମୀ ଶୁଣାଣି ଧାର୍ଯ୍ୟ କରାଯାଇଛି । ଉକ୍ତ ଦିନ ଉଭୟପକ୍ଷଙ୍କ ଓକିଲ କାହାକୁ ଜେରା କରିବେ ସେମାନଙ୍କ […]
ଭୁବନେଶ୍ୱର : ଭରତପୁର ଥାନା ଘଟଣାରେ ତଦନ୍ତ କମିସନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଶୁଣାଣି ସ୍ଥଗିତ ରହିଛି। ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ସଂକ୍ରାନ୍ତ ଦସ୍ତାବିଜ ଓ ଭିଡ଼ିଓ ଦାଖଲ ଲାଗି ଦିନଧାର୍ଯ୍ୟ ହୋଇଥିଲା। ତେବେ ଠିକଣା ସମୟରେ କ୍ରାଇମ୍ବ୍ରାଞ୍ଚ ଏସବୁ ଭିଡିଓର ସତ୍ୟାସତ୍ୟ ଦାଖଲ କରିପାରି ନାହିଁ । ତେଣୁ ଆସନ୍ତା ୮ ପରିବର୍ତ୍ତେ ୧୮ ତାରିଖରେ ଆଗାମୀ ଶୁଣାଣି ଧାର୍ଯ୍ୟ କରାଯାଇଛି । ଉକ୍ତ ଦିନ ଉଭୟପକ୍ଷଙ୍କ ଓକିଲ କାହାକୁ ଜେରା କରିବେ ସେମାନଙ୍କ ତାଲିକା ଦେବେ। ଆବଶ୍ୟକସ୍ଥଳେ ଜେରା ମଧ୍ୟ କରିବେ ବୋଲି କମିସନଙ୍କ ସଚିବ ଶୁଭେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି ।
ସୂଚନାନୁସାରେ,ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ବିଳମ୍ବିତ ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ କାର୍ରେ ଘରକୁ ଫେରୁଥିବା ବେଳେ ଚନ୍ଦକା-ପଥରଗାଡ଼ିଆ ରାସ୍ତାରେ କିଛି ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ସେନା ଅଧିକାରୀ ଓ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ତେବେ ଏହି ସମୟରେ ଥାନା କର୍ମଚାରୀ ଉଭୟଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଥାନା ଅଧିକାରୀଙ୍କ ସମେତ ୫ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ମାମଲାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଥିଲେ।




