ଭରତପୁର ଥାନା ବିବାଦ ଘଟଣା,ଗୁଜୁରାଟରୁ ଆସିଲା ଫୋରେନସିକ୍ ରିପୋର୍ଟ

ଭୁବନେଶ୍ୱର : ଭରତପୁର ଥାନା ପୋଲିସ ଓ ଆର୍ମି ମେଜର ଓ ବିବାଦ ଘଟଣା । ଗୁଜୁରାଟ ଲ୍ୟାବରୁ ଆସିଲା ଫୋରେନସିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଫୋରେନସିକ୍ ରିପୋର୍ଟ । ଏହି ଫୋରେନସିକ୍ ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚ ଖୋଲିବ ଘଟଣାର ସତ୍ୟାସତ୍ୟ । ଗୁଜୁରାଟ ଫୋରେନସିକ୍ ଲାବ୍‌ରେ ଭରତପୁର ଥାନା ଅଧିକାରୀଙ୍କର ଫୋରେନସିକ୍ ଯାଞ୍ଚ ହୋଇଥିଲା । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯିବା ସହ […]

Samaya Live Picture
Published On

ଭୁବନେଶ୍ୱର : ଭରତପୁର ଥାନା ପୋଲିସ ଓ ଆର୍ମି ମେଜର ଓ ବିବାଦ ଘଟଣା । ଗୁଜୁରାଟ ଲ୍ୟାବରୁ ଆସିଲା ଫୋରେନସିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଫୋରେନସିକ୍ ରିପୋର୍ଟ । ଏହି ଫୋରେନସିକ୍ ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚ ଖୋଲିବ ଘଟଣାର ସତ୍ୟାସତ୍ୟ । ଗୁଜୁରାଟ ଫୋରେନସିକ୍ ଲାବ୍‌ରେ ଭରତପୁର ଥାନା ଅଧିକାରୀଙ୍କର ଫୋରେନସିକ୍ ଯାଞ୍ଚ ହୋଇଥିଲା । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯିବା ସହ ତିନି ଜଣ ଏସ୍‌ଆଇ ଓ ଜଣେ ଏଏସ୍‌ଆଇଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଏଥିପାଇଁ ଭୁବନେଶ୍ୱର କୋର୍ଟ ଅନୁମତି ଦେଇଥିଲେ ।

ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ସେଠାରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ ଉଭୟଙ୍କୁ ପୁଲିସ ନିର୍ଯାତନା ଦେଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଥାନାରେ ଅଭିଯୋଗ କରିବାକୁ ଆସି ପୋଲିସ ଠାରୁ ମାଡ ଖାଇବା ଓ ନିର୍ଯାତନା ଦିଆଯିବା ଅଭି‌ଯୋଗ ହେବା ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ୱାଇବି ଖୁରାନିଆ । ଘଟଣାରେ ଭରତପୁର ଥାନାର ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି ।

Tags: