ବାହାନଗା ଟ୍ରେନ ଟ୍ରାଜେଡି,୫ ଜଣଙ୍କୁ ସିବିଆଇର ଜେରା

ବାହାନଗା : ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଛି ୧୧ ଦିନ I ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସିବିଆଇ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର I ତେଣୁ ସିବିଆଇର ୧୦ ଜଣିଆ ଟିମ ବାହାନଗା ପହଁଚି ଘଟଣାର ଖୋଳତାଡ ଆରମ୍ଭ କରି ଦେଇଛି । ଘଟଣାକୁ ୧୦ ଦିନ ବିତିବା ପରେ ଗତକାଲି ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟରଙ୍କ ସମେତ ରେଳ ବିଭାଗର ୫ ଜଣଙ୍କୁ ଉଠାଇ ନେଇଛି ସିବିଆଇ । ସମସ୍ତଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ରଖି […]

Samaya Live Picture
Published On

ବାହାନଗା : ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଛି ୧୧ ଦିନ I ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସିବିଆଇ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର I ତେଣୁ ସିବିଆଇର ୧୦ ଜଣିଆ ଟିମ ବାହାନଗା ପହଁଚି ଘଟଣାର ଖୋଳତାଡ ଆରମ୍ଭ କରି ଦେଇଛି । ଘଟଣାକୁ ୧୦ ଦିନ ବିତିବା ପରେ ଗତକାଲି ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟରଙ୍କ ସମେତ ରେଳ ବିଭାଗର ୫ ଜଣଙ୍କୁ ଉଠାଇ ନେଇଛି ସିବିଆଇ । ସମସ୍ତଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ରଖି ଜେରା ଚାଲିଛି I

ସିବିଆଇର ଅନ୍ୟ ଏକ ୪ ଜଣିଆ ଟିମ୍ ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରିଛି। କ୍ୟାମେରା ସାହାଯ୍ୟରେ ଟିମ୍ ସ୍କାନିଂ କରିଥିବା ଜଣା ପଡ଼ିଛି। ଏହାକୁ ଏକ ସିଗ୍ନାଲ ଜନିତ ତ୍ରୁଟି କୁହାଯାଉଥିବାବେଳେ ,ଦୁର୍ଘଟଣା ଦିନ ୪ ଜଣ ସିଗନାଲ ଷ୍ଟାଫ ସିଗନାଲ ଟେଷ୍ଟ ନ କରି ଘରକୁ ପଳାଇ ଯାଇଥିଲେ ବୋଲି ସୂଚନା ମିଳିଛି । ଯେଉଁଥିପାଇଁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ୫ ଜଣଙ୍କୁ ବର୍ତ୍ତମାନ ସିବିଆଇ ପଚରାଉଚରା କରି ଦୁର୍ଘଟଣାର କାରଣ ବିଷୟରେ ସ୍ପଷ୍ଟ ସୂଚନା ଜାଣିବାକୁ ଚେଷ୍ଟା କରିବ ।

ସୂଚନାନୁସାରେ,ଚଳିତ ମାସ ଜୁନ ୨ ତାରିଖ ସନ୍ଧ୍ୟାରେ ବାହାନଗା ବଜାର ଷ୍ଟେସନ ରେ ଘଟି ଯାଇଥିଲା ୩ ବିତି ଟ୍ରେନ ମଧ୍ୟରେ ସିରିଜ ଦୁର୍ଘଟଣା I ଏଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଶହରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇ ସିଗନାଲ ତ୍ରୁଟିଜନିତ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ସତ୍ୟାସତ୍ୟ ସମ୍ପର୍କରେ ସିବିଆଇ ତଦନ୍ତ କରୁଛି ।

Tags: