ବାହାନଗା ଟ୍ରେନ ଦୁର୍ଘଟଣା ,ଆସିଲା ୨୯ ଟି ମୃତଦେହର DNA ଟେଷ୍ଟ ରିପୋର୍ଟ
ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୁରିଛି ୨୮ ଦିନ I ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିଲା I ଏମାନଙ୍କ ମଧ୍ୟରୁ ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି। ସେହି ମୃତଦେହଗୁଡ଼ିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ । ଚିହ୍ନଟ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଆଜି ଏମ୍ସକୁ ଡକାଯାଇଛି I ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟରୁ […]
ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୁରିଛି ୨୮ ଦିନ I ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିଲା I ଏମାନଙ୍କ ମଧ୍ୟରୁ ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି। ସେହି ମୃତଦେହଗୁଡ଼ିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ । ଚିହ୍ନଟ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଆଜି ଏମ୍ସକୁ ଡକାଯାଇଛି I ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟରୁ ଗୋଟିଏ ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।
ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି। ଆଜି ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଭୁବନେଶ୍ୱର ଏମ୍ସରେ ଯେହେତୁ ସେସବୁ ମୃତଦେହ ରହିଛି, ତେଣୁ ଯେଉଁମାନେ ମୃତଦେହ ନିଜ ଅଞ୍ଚଳକୁ ନେବେ ସେଥିପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଏନେଇ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ କହିଛନ୍ତି, ମୃତଦେହକୁ ନିଜ ଗାଁକୁ ପଠାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ଯେଉଁମାନେ ନିଜ ଅଞ୍ଚଳକୁ ନେବେ ନାହିଁ ଏହିଠାରେ ସତ୍କାର କରିବାର ବ୍ୟବସ୍ଥା କରାଯାଇଛି।
ସୂଚନାନୁସାରେ ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ମଧ୍ୟରୁ ୮୧ଟି ଅଚିହ୍ନା ଶବ ଏବେ ଭୁବନେଶ୍ୱର ଏମ୍ସରେ ରହିଛି । ୩ଟି କଣ୍ଟେନରରେ ମୃତଦେହ ରଖାଯାଇଛି । ସେଥିମଧ୍ୟରୁ ଅଧିକାଂଶ ଅଣଦାବିଦାର ରହିଛି । ଏଥିପାଇଁ ଶବଦାହ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ଓ ଆବଶ୍ୟକ କାଠ ସହ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ରଖାଯାଇଥିବା କୁହାଯାଉଛି । ତେବେ ମୃତ ଯାତ୍ରୀଙ୍କ ତୁଳନାରେ ଦାବିଦାର ସଂଖ୍ୟା ଅଧିକ ରହିବାରୁ ଡିଏନଏ ପରୀକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିଲା ।




