ବାହାନଗା ରେଳ ଦୁର୍ଘଟଣା: ଏମ୍ସ ଏବେ ଅଛି ୨୮ଟି ମୃତଦେହ

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ୩ ମାସରୁ ଅଧିକ ସମୟ ପୁରିଲାଣି I କିନ୍ତୁ ବର୍ତମାନ ସୁଦ୍ଧା ଭୁବନେଶ୍ୱର ଏମ୍ସରେ ରହିଛି ୨୮ଟି ମୃତଦେହ I ସୂଚନାନୁସାରେ,ବାଲେଶ୍ୱର ରେଳ ଦୁର୍ଘଟଣା ଆଜିକୁ ୩ ମାସରୁ ଅଧିକ ସମୟ ବିତିଲାଣି I ଏହା ଭିତରେ କେତେକ ମୃତ ଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତରିତ କରାଯାଇଛି l ହେଲେ ବର୍ତମାନ ସୁଦ୍ଧା ଆହୁରି ୨୮ଟି ମୃତଦେହ ଭୁବନେଶ୍ୱର ଏମ୍ସରେ ରହିଥିବା ନେଇ ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି l ତେବେ ସେ […]

Samaya Live Picture
Published On

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ୩ ମାସରୁ ଅଧିକ ସମୟ ପୁରିଲାଣି I କିନ୍ତୁ ବର୍ତମାନ ସୁଦ୍ଧା ଭୁବନେଶ୍ୱର ଏମ୍ସରେ ରହିଛି ୨୮ଟି ମୃତଦେହ I
ସୂଚନାନୁସାରେ,ବାଲେଶ୍ୱର ରେଳ ଦୁର୍ଘଟଣା ଆଜିକୁ ୩ ମାସରୁ ଅଧିକ ସମୟ ବିତିଲାଣି I ଏହା ଭିତରେ କେତେକ ମୃତ ଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତରିତ କରାଯାଇଛି l ହେଲେ ବର୍ତମାନ ସୁଦ୍ଧା ଆହୁରି ୨୮ଟି ମୃତଦେହ ଭୁବନେଶ୍ୱର ଏମ୍ସରେ ରହିଥିବା ନେଇ ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି l ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୦ ଦିନ ଭିତରେ କେହି ଜଣେ ହେଲେ ମଧ୍ୟ ମୃତଦେହ ଚିହ୍ନଟ କରିବାପାଇଁ ଆସିନାହାନ୍ତି l ତେବେ ଶବ ଦାବିଦାର ଆସିବା ସଂଖ୍ୟା ହ୍ରାସ ପାଉଥିବାରୁ ୨୮ଟି ମୃତଦେହର ପରିଚୟ କିପରି ମିଳିବ ତାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି l

Tags: