ବାହାନଗା ରେଳ ଦୁର୍ଘଟଣା ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି ସିବିଆଇ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା I ୩ ରେଳ ଅଧିକାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ସିବିଆଇ ଜେରା I ଭୁବନେଶ୍ୱରର ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ ପହଞ୍ଚି ଜେରା କରୁଛନ୍ତି I ସେହିପରି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟଜଣେ କର୍ମଚାରୀଙ୍କୁ ସିବିଆଇ ସମନ କରିଥିବା ଜଣI ପଡିଛି I କାର୍ଯ୍ୟରେ ଅବହେଳା ଓ ଦୁର୍ଘଟଣାର କାରଣ ଲୁଚାଇଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗତକାଲି ଏହି ମାମଲାରେ […]

Samaya Live Picture
Published On

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା I ୩ ରେଳ ଅଧିକାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ସିବିଆଇ ଜେରା I ଭୁବନେଶ୍ୱରର ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ ପହଞ୍ଚି ଜେରା କରୁଛନ୍ତି I ସେହିପରି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟଜଣେ କର୍ମଚାରୀଙ୍କୁ ସିବିଆଇ ସମନ କରିଥିବା ଜଣI ପଡିଛି I

କାର୍ଯ୍ୟରେ ଅବହେଳା ଓ ଦୁର୍ଘଟଣାର କାରଣ ଲୁଚାଇଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗତକାଲି ଏହି ମାମଲାରେ ଏହି ତିନି ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିଥିଲା। ଏମାନେ ହେଲେ ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ , ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ପୂର୍ବରୁ ସିବିଆଇ ଗିରଫ କରିଛି । ଗିରଫ କରିବା ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମାମଲା ସମ୍ପର୍କରେ ପଚରାଉଚରା କରିବା ସହ ସତ୍ୟତା ଖୋଜିବାକୁ ଚେଷ୍ଟା ଜାରି ରଖିଛି ତଦନ୍ତକାରୀ ଟିମ୍ । ତେବେ ଏହି ୩ ଜଣଙ୍କ ବିରୋଧରେ କିଛି ସୁରାଗ ପାଇବା ପରେ ସିବିଆଇ ଧାରା ୩୦୪ ଏବଂ ୨୦୧ ସିଆରପିସି ଅନୁସାରେ ଏମାନଙ୍କୁ ଗିରଫ କରିଛି । କିନ୍ତୁ ଗିରଫ ନେଇ ତଦନ୍ତକାରୀ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ସିବିଆଇ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୪ (ହତ୍ୟା ଉଦ୍ଦେଶ୍ୟ ନୁହେଁ, କିନ୍ତୁ ମୃତ୍ୟୁ ପାଇଁ ଦାୟୀ) ଓ ୨୦୧ (ପ୍ରମାଣ ନଷ୍ଟ) ସିଆର୍ପିସିରେ ସିବିଆଇ ଏହି ୩ ଜଣ ଅଧିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନାନୁସାରେ,ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ଠାରେ ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ଅପର ପାର୍ଶ୍ବରୁ ଆସୁଥିବା ହାଓଡ଼ା ଏସ୍‌ଏମ୍‌ଭିବି (ଯଶବନ୍ତପୁର) ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇ ବିଲକୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଶହରୁ ଅଧିକ ଆହତ ହୋଇଥିଲେ। ଏହି ଦୁର୍ଘଟଣାର ତଦନ୍ତ କରି ବାହାନଗା ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର (ସିଆର୍ଏସ୍) ରେଳବାଇ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା।

Tags: