ଛାତ୍ରୀ ଆତ୍ମାହୁତି ଘଟଣାରେ ଭକ୍ତ-ପ୍ରତାପ ମୁହାଁମୁହିଁ
ଭୁବନେଶ୍ୱର : ଭକ୍ତ ଦାସ-ପ୍ରତାପ ଷଡ଼ଙ୍ଗୀ ମୁହାଁମୁହିଁ । ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ୬ ମାସ ହେଲା ଛାତ୍ରୀଜଣକ ଉତ୍ପୀଡ଼ନର ଶିକାର ହୋଇଥିଲେ । ସମସ୍ତଙ୍କ ନିକଟରେ ସେ ଫେରାଦ ହୋଇଥିଲେ । ତଥାପି କେହି ଶୁଣିଲେନି । ସାଂସଦ କହିଥିଲେ ପ୍ରଫେସର ଜଣକ ଚାଳିଶା କରୁଛନ୍ତି । ସେପଟେ ଭକ୍ତ ଦାସଙ୍କ ପ୍ରତିକ୍ରିୟା […]
ଭୁବନେଶ୍ୱର : ଭକ୍ତ ଦାସ-ପ୍ରତାପ ଷଡ଼ଙ୍ଗୀ ମୁହାଁମୁହିଁ । ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ୬ ମାସ ହେଲା ଛାତ୍ରୀଜଣକ ଉତ୍ପୀଡ଼ନର ଶିକାର ହୋଇଥିଲେ । ସମସ୍ତଙ୍କ ନିକଟରେ ସେ ଫେରାଦ ହୋଇଥିଲେ । ତଥାପି କେହି ଶୁଣିଲେନି । ସାଂସଦ କହିଥିଲେ ପ୍ରଫେସର ଜଣକ ଚାଳିଶା କରୁଛନ୍ତି ।
ସେପଟେ ଭକ୍ତ ଦାସଙ୍କ ପ୍ରତିକ୍ରିୟା ଉପରେ କଡ଼ା ଜବାବ ରଖିଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି, ଭକ୍ତ ଦାସ ଜଣେ କଥାକୁହା କପିଳା । ତାଙ୍କ ଉପରେ ଦୟା ଲାଗୁଛି ।ବିଜେପି ପାର୍ଟି କଣ ତାଙ୍କ ପାଖରେ ଚାକିରୀ କରିଛି କି ? କଂଗ୍ରେସ ଦଳରେ କଣ ଚାଲିଛି ତାହା ସମସ୍ତେ ଜାଣିଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ପ୍ରତାପ ଷଡଙ୍ଗୀ




