ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଏବଂ ‘ନାଟ୍ୟଶାସ୍ତ୍ର’
ନୂଆଦିଲ୍ଲୀ : ଐତିହାସିକ ସ୍ୱୀକୃତି ଭାବେ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏହା ପ୍ରତ୍ୟକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। “ବିଶ୍ୱର ପ୍ରତ୍ୟେକ […]
ନୂଆଦିଲ୍ଲୀ : ଐତିହାସିକ ସ୍ୱୀକୃତି ଭାବେ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏହା ପ୍ରତ୍ୟକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
“ବିଶ୍ୱର ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ମୁହୂର୍ତ୍ତ! ଗୀତା ଏବଂ ନାଟ୍ୟଶାସ୍ତ୍ରର ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲଡ ରେଜିଷ୍ଟରରେ ସାମିଲ ହେବା ଆମର ଅନନ୍ତ ଜ୍ଞାନ ଓ ସମୃଦ୍ଧ ସଂସ୍କୃତିର ବିଶ୍ୱବ୍ୟାପୀ ସ୍ୱୀକୃତି। ଭଗବଦ୍ ଗୀତା ଏବଂ ନାଟ୍ୟଶାସ୍ତ୍ର ଶତାବ୍ଦୀ ଧରି ସଭ୍ୟତା ଓ ଚେତନାକୁ ପୋଷଣ କରିଆସୁଛି। ଏହାର ଅନ୍ତର୍ଦୃଷ୍ଟି ବିଶ୍ୱକୁ ପ୍ରେରଣା ଦେଉଛି,” ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି।
ଗୀତା ଏବଂ ନାଟ୍ୟଶାସ୍ତ୍ରର ଅନ୍ତଃଦୃଷ୍ଟି ଦୁନିଆକୁ ପ୍ରେରଣା ଯୋଗାଇ ଆସିଛି। ଏହି ଦୁଇ ଅଭିଲେଖାକୁ ମିଶାଇ ମୋଟ ୧୪ଟି ଅଭିଲେଖା ୟୁନେସ୍କୋର ଏହି ଅନ୍ତର୍ଜାତୀୟ ରେଜିଷ୍ଟରରେ ସାମିଲ ହୋଇଛନ୍ତି।




