ରାମ ନବମୀରେ ଆରମ୍ଭ ହେବ ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ୍ ଚଳାଚଳ
ଭୁବନେଶ୍ବର : ରାମ ନବମୀ ଅବସରରେ ଗଡ଼ିବ ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ୍ । କଟକ ରେଳ ଷ୍ଟେସନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିବେ। ଶୁଭାରମ୍ଭ ଦିନ ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡ଼ିବ। ମାତ୍ର ଏହି ଟ୍ରେନର ନିୟମିତ ସେବା ମାର୍ଚ୍ଚ ୩୧ରୁ ଉଭୟ ପାର୍ଶ୍ୱରୁ ଆରମ୍ଭ କରାଯିବ। ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ […]
ଭୁବନେଶ୍ବର : ରାମ ନବମୀ ଅବସରରେ ଗଡ଼ିବ ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ୍ । କଟକ ରେଳ ଷ୍ଟେସନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିବେ। ଶୁଭାରମ୍ଭ ଦିନ ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡ଼ିବ। ମାତ୍ର ଏହି ଟ୍ରେନର ନିୟମିତ ସେବା ମାର୍ଚ୍ଚ ୩୧ରୁ ଉଭୟ ପାର୍ଶ୍ୱରୁ ଆରମ୍ଭ କରାଯିବ। ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ମେମୁ ଟ୍ରେନ(୦୮୫୫୫/୦୮୫୫୬) ଭଦ୍ରକରୁ ସକାଳ ୫ଟା ୪୫ରେ ଛାଡ଼ି ପୂର୍ବାହ୍ନ ୧୧ଟା ୫୫ରେ ନୟାଗଡ଼ ଟାଉନରେ ପହଞ୍ଚିବ। ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୫ରେ ଛାଡ଼ି ଭଦ୍ରକଠାରେ ରାତି ୧୦ଟା ୪୫ରେ ପହଞ୍ଚିବ।
ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ରେଳଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ କରାଇବାକୁ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ।




