ବରମୁଣ୍ଡା ବସ୍‌ ଟର୍ମିନାଲ ର ହେବ ନୂଆ ରୂପରେଖ : ତଦାରଖ କଲେ ୫-ଟି ସଚିବ

ଭୁବନେଶ୍ୱର: ବରମୁଣ୍ଡା ବସ୍‌ ଟର୍ମିନାଲର ହେବ ନବକଳେବର I ବସ୍‍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଆଗେଇ ଚାଲିଛି I ୧୮୦ କୋଟି ବ୍ୟୟରେ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଚାଲିଛି । ୧୧ ଏକର ଜମିରେ ହେଉଛି ବିଶ୍ବସ୍ତରୀୟ ବସ ଟର୍ମିନାଲ । ୩ଟି ବ୍ଲକର ନର୍ମାଣ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ବସ ଟର୍ମିନାଲରେ ବିମାନବନ୍ଦର ଭଳି ସବୁ ସୁବିଧା ମିଳିବ । ଗୋଟିଏ ଛାତ ତଳେ ସସମ୍ତ ପ୍ରକାର ସୁବିଧା ଯାତ୍ରୀଙ୍କୁ ମିଳିବ […]

Samaya Live Picture
Published On

ଭୁବନେଶ୍ୱର: ବରମୁଣ୍ଡା ବସ୍‌ ଟର୍ମିନାଲର ହେବ ନବକଳେବର I ବସ୍‍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଆଗେଇ ଚାଲିଛି I ୧୮୦ କୋଟି ବ୍ୟୟରେ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଚାଲିଛି । ୧୧ ଏକର ଜମିରେ ହେଉଛି ବିଶ୍ବସ୍ତରୀୟ ବସ ଟର୍ମିନାଲ । ୩ଟି ବ୍ଲକର ନର୍ମାଣ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ବସ ଟର୍ମିନାଲରେ ବିମାନବନ୍ଦର ଭଳି ସବୁ ସୁବିଧା ମିଳିବ । ଗୋଟିଏ ଛାତ ତଳେ ସସମ୍ତ ପ୍ରକାର ସୁବିଧା ଯାତ୍ରୀଙ୍କୁ ମିଳିବ । ଆସନ୍ତା ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ବରମୁଣ୍ଡା ବସ୍‌ ଟର୍ମିନାଲ (ଆଇଏସ୍‌ବିଟି) କାମ ସରିଯିବ ।ଏହା ଯାତ୍ରୀଙ୍କ ପାଇଁ ଖୋଲିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ରବିବାର ଟର୍ମିନାଲ କାମ ବୁଲି ଦେଖିଛନ୍ତି । ସାଙ୍ଗରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ଡେଡଲାଇନ୍‌ ଭିତରେ କାମ ସାରିବାକୁ ସେ ବିଡିଏ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୩ ମହଲା ବିଶିଷ୍ଟ ଏହି ଟର୍ମିନାଲରେ ପ୍ରଥମ ମହଲାରେ ବାଇକ୍‍ ଓ କାର ପାର୍କିଂ ସହିତ ଟିକଟ୍‍ କାଉଣ୍ଟର ମଧ୍ୟ ଏଠାରେ ରହିବ। ଦୁଇ ମହଲା କୋଠାରେ ବିଭିନ୍ନ ଦୋକାନ ଖୋଲିବ । ଏଟିଏମ୍‌, ଫୁଡ୍‌କୋର୍ଟ, ହୋଟେଲ, ରେଷ୍ଟୁରାଣ୍ଟ୍‌ ଓ ଅନ୍ୟ ଦୋକାନ ରହିବ । ବ୍ୟବସାୟିକ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସ୍ଥାନ ଛଡ଼ାଯିବ । ମୋଟ୍‍ ୧୮୦ କୋଟି ଟଙ୍କାରେ ନିର୍ମାଣରେ ଏହି ବସ ଟର୍ମିନାଲ୍‍ କାମ ହେଉଛି। ଏହି ବସ୍‍ ଟର୍ମିନାଲରେ ୩୫ଟି ବସ୍‍ ବେ’ ରହିବା ସହ ୨୦୦ଟି ବସ୍‍ ରହଣି ପାଇଁ ପାର୍କିଂ ସ୍ପେସ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି। ବସ୍‌ ଟର୍ମିନାଲରେ ଯାତ୍ରୀଙ୍କ ବିଶ୍ରାମ ପାଇଁ ଏକ ବଡ଼ ଡର୍ମିଟୋରୀ ରଖାଯିବ । ଏହି ଡର୍ମିଟୋରୀରେ ୪୦ ଶଯ୍ୟା ରଖାଯିବ । ଡ୍ରାଇଭରଙ୍କ ପାଇଁ ଏକ ବିଶ୍ରାମାଗାର ବି ରହିବ । ଟର୍ମିନାଲ ବିଲ୍ଡିଂ ପାଖରେ ଆଉ ଏକ କମର୍ସିଆଲ କମ୍ପେ୍ଲକ୍ସ ରହିବ । ଏହାର ବେସମେଣ୍ଟ୍‌ରେ ପାର୍କିଂ ସୁବିଧା କରାଯିବ ।
ଏତଦ୍‍ ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ଚାରିଚକଆ ଓ ୧୭୫ଟି ଦୁଇଚକିଆ ଯାନର ପାର୍କିଂ ପାଇଁ ଏଠାରେ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଛି। ସେହିପରି ଏହି ବସ୍‍ ଟର୍ମିନାଲ୍‍ରେ ଓଡ଼ିଶାର କଳା ସଂସ୍କୃତିର ମଧ୍ୟ ଛାପ ରହିବାର ଯୋଜନା କରାଯାଇଛି।

ବସ୍‍ଟର୍ମିନାଲ୍‍ ସହିତ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସାଙ୍ଗକୁ ଫୁଡ୍‍କୋଟ୍‍ର ବ୍ୟବସ୍ଥାମାନ ଏଠାରେ ରହିବ। ନୂଆ ବସ୍‍ ଟର୍ମିନାଲ୍‍ର ବେସ୍‍ମେଣ୍ଟରେ କେବଳ କାର୍‍ ପାର୍କିଂ କରାଯିବ ବୋଲି ବ୍ୟବସ୍ଥା ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ଟର୍ମିନାଲ ନିର୍ମାଣ ଦାୟିତ୍ୱ ନେଇଛି ।