ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର : ଭାରତୀୟ ସମ୍ବିଧାନର ପ୍ରଣେତା ଡ଼.ବାବା ସାହେବ ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସ୍ ଷ୍ଟାଣ୍ଡ। ଏହାସହ ଆମ୍ବେଦକରଙ୍କ ଜୀବନ ଓ ଆଦର୍ଶକୁ ନେଇ ୯ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ମଧ୍ୟ ନିର୍ମାଣ କରାଯିବ। ଯେଉଁଠି ଡିଜିଟାଲ ଜ୍ଞାନକୌଶଳ ଜରିଆରେ ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଉପସ୍ଥାପନ କରାଯିବ। ଭାରତୀୟ ସମ୍ବିଧାନ ର ଏକ ନକଲ ସହିତ ବାବା ସାହେବ ଦ୍ଵାରା ବ୍ୟବହୃତ ବିଭିନ୍ନ ଜିନିଷ ମଧ୍ୟ ଏଠାରେ ପ୍ରଦର୍ଶିତ […]

Samaya Live Picture
Published On

ଭୁବନେଶ୍ୱର : ଭାରତୀୟ ସମ୍ବିଧାନର ପ୍ରଣେତା ଡ଼.ବାବା ସାହେବ ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସ୍ ଷ୍ଟାଣ୍ଡ। ଏହାସହ ଆମ୍ବେଦକରଙ୍କ ଜୀବନ ଓ ଆଦର୍ଶକୁ ନେଇ ୯ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ମଧ୍ୟ ନିର୍ମାଣ କରାଯିବ। ଯେଉଁଠି ଡିଜିଟାଲ ଜ୍ଞାନକୌଶଳ ଜରିଆରେ ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଉପସ୍ଥାପନ କରାଯିବ। ଭାରତୀୟ ସମ୍ବିଧାନ ର ଏକ ନକଲ ସହିତ ବାବା ସାହେବ ଦ୍ଵାରା ବ୍ୟବହୃତ ବିଭିନ୍ନ ଜିନିଷ ମଧ୍ୟ ଏଠାରେ ପ୍ରଦର୍ଶିତ ହେବ।

୧୫.୫ ଏକର ପରିମିତ ଜମିରେ ନିର୍ମିତ ଏହି ବସଷ୍ଟାଣ୍ଡ ଦୈନିକ ତିରିଶ ହଜାର ଯାତ୍ରୀଙ୍କ ପରିବହନର ମୁଖ୍ୟ ମାଧ୍ୟମ ହେବ। ଏହାକୁ ଦୃଷ୍ଟିରେ ରଖି ଏଠାରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହ ନିରାପତ୍ତା ପ୍ରତି ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି।

Tags: