ସମସ୍ତ ମାମଲାରୁ ଦୋଷ ମୁକ୍ତ ହେଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର : ବ୍ରହ୍ମପୁର ବିଜେପି ସାଂସଦଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ସମସ୍ତ ମାମଲାରୁ ଦୋଷମୁକ୍ତ ହେଲେ ପ୍ରଦୀପ ପାଣିଗ୍ରାହୀ । ଗତକାଲି ସେ ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଆଜି ଆଉ ୩ଟି ମାମଲାରେ ଦୋଷମୁକ୍ତ ହୋଇଛନ୍ତି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ତାଙ୍କୁ ଦୋଷମୁକ୍ତ କରାଇଛନ୍ତି । ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ ହୋଇଛନ୍ତି। ଏହାକୁ ସତ୍ୟର ବିଜୟ ବୋଲି […]

Samaya Live Picture
Published On

ବ୍ରହ୍ମପୁର : ବ୍ରହ୍ମପୁର ବିଜେପି ସାଂସଦଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ସମସ୍ତ ମାମଲାରୁ ଦୋଷମୁକ୍ତ ହେଲେ ପ୍ରଦୀପ ପାଣିଗ୍ରାହୀ । ଗତକାଲି ସେ ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଆଜି ଆଉ ୩ଟି ମାମଲାରେ ଦୋଷମୁକ୍ତ ହୋଇଛନ୍ତି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ତାଙ୍କୁ ଦୋଷମୁକ୍ତ କରାଇଛନ୍ତି । ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ ହୋଇଛନ୍ତି। ଏହାକୁ ସତ୍ୟର ବିଜୟ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ।

ସୂଚନାନୁସାରେ,ପ୍ରଦୀପଙ୍କ ନାଁରେ ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ସାଙ୍ଘାତିକ୍ ଅଭିଯୋଗ ରହିଥିଲା । ଠକେଇ ମାମଲାରୁ ପୂର୍ବରୁ ୫ ଜଣ ଏତଲାକାରୀ ଓହରି ଯାଇଥିଲେ। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ୫ ଜଣ କହିଛନ୍ତି। ଗତମାସ ୧୮ ତାରିଖରେ ୩ ଜଣ ଓ ୧୦ ତାରିଖ ଦିନ ୨ ଜଣ ଏତଲାକାରୀ (ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ) କହିଥିଲେ ଯେ, ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇ ନାହିଁ। ଗତମାସ ୧୦ ତାରିଖରେ ୨ ଜଣ ଅଭିଯୋଗକାରୀ ସେମାନଙ୍କୁ ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ ପ୍ରଦୀପଙ୍କ ଓକିଲ କହିଥିଲେ। ତେବେ ଗତକାଲି ୨ଟି ମାମଲାର ଶୁଣାଣୀ ହୋଇଥିବା ବେଳେ ଆଜି ଆଉ ୩ଟି ମାମଲାର ଶୁଣାଣୀ ହୋଇଛି । ସମସ୍ତ ମାମଲାରେ ସେ ନିର୍ଦ୍ଦୋଷ ବୋଲି ପ୍ରାମଣିତ ହୋଇଛି । ସେପଟେ ରାୟ ଆସିବା ପରେ ପ୍ରତିକ୍ରିୟା ରଖି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ସତ୍ୟର ବିଜୟ ହୋଇଛି । ପୂର୍ବ ସରକାର ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ମାମଲା ରୁଜୁ କରିଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନେ ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନାଇଛନ୍ତି

Tags: