ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଜୁନିଅର ଆସିଷ୍ଟାଣ୍ଟ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ । ଖୋର୍ଦ୍ଧା ବିଇଓ ଅଫିସ୍ ଜୁନିଅର ଆସିଷ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁଙ୍କୁ ଧରିଲା ଭିଜିଲାନ୍ସ । ବକେୟା ଏରିଆର ବିଲ୍ ରିଲିଜ୍ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ଗତ ରାତିରେ ଖୋର୍ଦ୍ଧା ବିଇଓ ଅଫିସ ଭିତରେ ଲାଞ୍ଚ ନେଉଥିବାବେଳେ ତାଙ୍କ ଠାରୁ ରଙ୍ଗ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି । ସୂଚନା ଅନୁସାରେ,୨୦୧୮ ମସିହାରୁ ଖୋର୍ଦ୍ଧା କୋଣାର୍କ ନଗର […]

Samaya Live Picture
Published On

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ । ଖୋର୍ଦ୍ଧା ବିଇଓ ଅଫିସ୍ ଜୁନିଅର ଆସିଷ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁଙ୍କୁ ଧରିଲା ଭିଜିଲାନ୍ସ । ବକେୟା ଏରିଆର ବିଲ୍ ରିଲିଜ୍ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ଗତ ରାତିରେ ଖୋର୍ଦ୍ଧା ବିଇଓ ଅଫିସ ଭିତରେ ଲାଞ୍ଚ ନେଉଥିବାବେଳେ ତାଙ୍କ ଠାରୁ ରଙ୍ଗ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁସାରେ,୨୦୧୮ ମସିହାରୁ ଖୋର୍ଦ୍ଧା କୋଣାର୍କ ନଗର ଅଂଚଳରେ ଜଣେ ଶିକ୍ଷୟିତ୍ରୀ ବିଜୟିନୀ ତ୍ରିପାଠୀ ଅବସର ନେଇଥିଲେ । ସେ ତାଙ୍କର ବାକିଆ ଏରିଆର ବିଲ ପାଇଁ ବାରମ୍ବାର ବିଇଓ ଅଫିସ ଦୌଡୁଥିଲେ I ତେବେ ତାଙ୍କର ୫ ଲକ୍ଷ ଟଙ୍କାର ଏରିଆର ବିଲ୍‌ କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେବାକୁ ଅଡ଼ି ବସିଥିଲେ ପ୍ରଦୀପ୍ତ ସାହୁ । ଏନେଇ ଶିକ୍ଷୟିତ୍ରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଗତ ରାତିରେ ବିଇଓ ଅଫିସରେ ଟଙ୍କା ନେଉଥିବାବେଳେ ପ୍ରଦୀପ୍ତଙ୍କୁ ଧରିଥିଲା ଭିଜିଲାନ୍ସ ।

Tags: