ବୟସାଧିକ ଯୋଗୁଁ ‘ବିନି’ର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ । ବୟସାଧିକ ଯୋଗୁଁ ସିଂହୀ ଵିନିର ମୃତ୍ୟୁ ହୋଇଥିବା ଜଣା ପଡିଛି I ମୃତ୍ୟୁ ବେଳକୁ ଵିନିକୁ ୧୬ ବର୍ଷ ବୟସ ହୋଇଥିଲା I ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ ୫ ତାରିଖରୁ ଚିକିତ୍ସାଧୀନ ଥିଲା I ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଵିନିକୁ ଇସ୍ରାଏଲରୁ ଅଣାଯାଇଥିଲା I ବିନି ସମେତ ୪ଟି […]

Samaya Live Picture
Published On

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ । ବୟସାଧିକ ଯୋଗୁଁ ସିଂହୀ ଵିନିର ମୃତ୍ୟୁ ହୋଇଥିବା ଜଣା ପଡିଛି I ମୃତ୍ୟୁ ବେଳକୁ ଵିନିକୁ ୧୬ ବର୍ଷ ବୟସ ହୋଇଥିଲା I ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ ୫ ତାରିଖରୁ ଚିକିତ୍ସାଧୀନ ଥିଲା I ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଵିନିକୁ ଇସ୍ରାଏଲରୁ ଅଣାଯାଇଥିଲା I ବିନି ସମେତ ୪ଟି ସିଂହ ଓ ୪ଟି ଜେବ୍ରା ମଧ୍ୟ ଆସିଥିଲେ। କିନ୍ତୁ କାଳକ୍ରମେ ଆଫ୍ରିକୀୟ ସିଂହ ଓ ଜେବ୍ରାଙ୍କ ମୃତ୍ୟୁ ହୋଇଥିଲା। ଶେଷକୁ ବିନି ହିଁ ଏକମାତ୍ର ଆଫ୍ରିକୀୟ ସିଂହ ଥିଲା। ଗୁରୁବାର ଦିନ ତା’ର ମୃତ୍ୟୁ ହୋଇଛି I

ଏହାପୂର୍ବରୁ ଅଗଷ୍ଟ ୨୬ ତାରିଖରେ ୯ ମାସର ଅଣ୍ଡିରା ସିଂହ ଶାବକର ମଧ୍ୟ ମୃତ୍ୟୁ ଘଟିଥିଲା I ସେହିପରି ସେପ୍ଟେମ୍ବର ମାସରେ ମାଈ ଭାଲୁ ‘ତାରିଣୀ’ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲା I ତାକୁ ବଲାଙ୍ଗୀରରୁ ଅଣାଯାଇଥିଲା I

Tags: