ଆବାସ ଘର ପାଇଁ ହିତାଧିକାରୀ ନିଜେ କରିବେ ସର୍ଭେ – ମନ୍ତ୍ରୀ

ଭୁବନେଶ୍ୱର : ଆବାସ ଘର ପାଇଁ ନିଜେ ନିଜ ଘର ପାଇଁ ସର୍ଭେ କରିବେ ହିତାଧିକାରୀ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ପ୍ରକୃତ ହିତାଧିକାରୀ ଆବାସ ଯୋଜନାରେ ପାଇବେ ଘର । ହିତାଧିକାରୀ ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ରବି ନାୟକ । ଏଥିପାଇଁ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ […]

Samaya Live Picture
Published On

ଭୁବନେଶ୍ୱର : ଆବାସ ଘର ପାଇଁ ନିଜେ ନିଜ ଘର ପାଇଁ ସର୍ଭେ କରିବେ ହିତାଧିକାରୀ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ପ୍ରକୃତ ହିତାଧିକାରୀ ଆବାସ ଯୋଜନାରେ ପାଇବେ ଘର । ହିତାଧିକାରୀ ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ରବି ନାୟକ ।

ଏଥିପାଇଁ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ । ଲୋକ ଏହି କର୍ମଶାଳାରେ ଯୋଗ ଦେବେ । ଏହା ସହ ଦିବ୍ୟାଙ୍ଗ ଓ ବିଧବା ମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯିବ । ୨ ମାସ ସମୟ ଭିତରେ ପୁଣି ଥରେ ସର୍ଭେ କରାଯିବ । ଏହି ସମୟ ଭିତରେ ତାଲିମ ସହ ଅନଲାଇନରେ ଆବେଦନର ଷ୍ଟାଟସ୍ କିପରି ଚେକ୍ କରିବେ ସେନେଇ ମଧ୍ୟ ଟ୍ରେନିଙ୍ଗ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ କାଟୁ କରିବନି । କେହି ଚାହିଁଲେ ବି ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ ଅଟକାଇ ପାରିବେନି । ବ୍ଲକ୍‌ର କୌଣସି କର୍ମଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ କି ସରପଞ୍ଚଙ୍କ ଜରିଆରେ ଆଉ ଆବାସ ସର୍ଭେ ହେବନି ।

Tags: