ଖୁବଶୀଘ୍ର ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଘର
ଭୁବନେଶ୍ଵର: ସମସ୍ତଙ୍କ ମୁଣ୍ଡକୁ ମିଳିବ ଛାତ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଯୋଜନା । ଗତ ୩୦ ତାରିଖରେ ସରକାର ୬୦ ହଜାର ୯୩ ଜଣଙ୍କୁ ଘର ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଅସହାୟ ଓ ବନ୍ୟା ବାତ୍ୟାରେ ଘରଭାଙ୍ଗି ଥିବା ବ୍ୟକ୍ତିଙ୍କୁ ୱାର୍କ ଅର୍ଡର ମିଳିଛି । ଚଳିତ ବର୍ଷ ମୋଟ ୧ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯିବ । କେହି ଜଣେ […]
ଭୁବନେଶ୍ଵର: ସମସ୍ତଙ୍କ ମୁଣ୍ଡକୁ ମିଳିବ ଛାତ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଯୋଜନା । ଗତ ୩୦ ତାରିଖରେ ସରକାର ୬୦ ହଜାର ୯୩ ଜଣଙ୍କୁ ଘର ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଅସହାୟ ଓ ବନ୍ୟା ବାତ୍ୟାରେ ଘରଭାଙ୍ଗି ଥିବା ବ୍ୟକ୍ତିଙ୍କୁ ୱାର୍କ ଅର୍ଡର ମିଳିଛି । ଚଳିତ ବର୍ଷ ମୋଟ ୧ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯିବ । କେହି ଜଣେ ବି ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିବେ ନାହିଁ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।
ପ୍ରଥମ ପର୍ଯାୟରେ ଭିନ୍ନକ୍ଷମ,ଅସହାୟ ଓ ବନ୍ୟା ବାତ୍ୟା ପ୍ରଭାବିତ ୱାର୍କ ଅର୍ଡର ପାଇଛନ୍ତି । ଜିଲ୍ଲା ଓ ବ୍ଲକ ସ୍ତରରେ ୱାର୍କ ଅର୍ଡର ଦିଆ ଯାଇଛି । କିଛି ୱାର୍କ ଅଡର୍ ହେଇଛି ଆଉ କିଛି ବାକି ଅଛି । ଏଥପାଇଁ ତାଲିକା ମାସକ ଭିତରେ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ । ଦୁଇ ମାସ ଭିତରେ ୱାର୍କ ଅଡର୍ ଇସ୍ୟୁ ହେବ । ବିଗତ ଥର ଯେଉଁ ନିୟମରେ ଘର ଦିଆଯାଇଥିଲା ସେହି ନିୟମରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ମନ୍ତ୍ରୀ କହିଛନ୍ତି , ୨୦୨୫ ମସିହାର ମେଗା ପାଇପ ଜଳ ଯୋଗାଣର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଏ ସରକାର ଜଳ ସମସ୍ୟାକୁ ଗୁରୁତର ସହ ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୫ ଲକ୍ଷ ୨୦ ହଜାର ନଳକୂପ ଥିବାବେଳେ ୨୧,୩୦୦ ନଳକୂପ ବିଭିନ୍ନ ଜିଲ୍ଲାକୁ ଅନୁମୋଦନ ହୋଇଛି ।




