ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ,ଖୋଲିଲା ୧୭ଟି ଗେଟ
ଭୁବନେଶ୍ୱର : ଧରାପଡିଗଲା ଛତିଶଗଡ଼ ର ଚାଲାକି I ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ନଦୀକୁ ଛାଡିଲା ପାଣି I ହଠାତ ଶୁଖିଲା ପଡିଥିବା ନଦୀ ପାଣିରେ ହେଉଛି ଉବୁଟୁବୁ I ଟ୍ରିବ୍ୟୁନାଲ ଟିମକୁ ଚକମା ଦେବାପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଖୋଲିଛି ଛତିଶଗଡ଼ । କଲମା ବ୍ୟାରେଜର ମୋଟ୍ ୬୬ଟି ଗେଟ୍ ଥିବାବେଳେ ୧୭ଟି ଗେଟ୍ ଖୋଲା ଯାଇଛି। ସେହିପରି ୨୦ଟି ଗେଟକୁ ପାଖାପାଖି ୧୦ ଇଞ୍ଚ ଯାଏଁ ଖୋଲା ରଖିଛି । ଯଦ୍ବାରା […]
ଭୁବନେଶ୍ୱର : ଧରାପଡିଗଲା ଛତିଶଗଡ଼ ର ଚାଲାକି I ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ନଦୀକୁ ଛାଡିଲା ପାଣି I ହଠାତ ଶୁଖିଲା ପଡିଥିବା ନଦୀ ପାଣିରେ ହେଉଛି ଉବୁଟୁବୁ I ଟ୍ରିବ୍ୟୁନାଲ ଟିମକୁ ଚକମା ଦେବାପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଖୋଲିଛି ଛତିଶଗଡ଼ । କଲମା ବ୍ୟାରେଜର ମୋଟ୍ ୬୬ଟି ଗେଟ୍ ଥିବାବେଳେ ୧୭ଟି ଗେଟ୍ ଖୋଲା ଯାଇଛି। ସେହିପରି ୨୦ଟି ଗେଟକୁ ପାଖାପାଖି ୧୦ ଇଞ୍ଚ ଯାଏଁ ଖୋଲା ରଖିଛି । ଯଦ୍ବାରା ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ କୁହାଯାଉଥିବା ଶୁଖାସୋଡ଼ାରେ ଆଜି ପାଣି ଦେଖିବାକୁ ମିଳିଛି। ହଠାତ୍ ଓଡିଶାକୁ ପାଣି ଆସିବା ପରେ ଏହି ସତ ସାମ୍ନାକୁ ଆସିଛି । ଯାହାକୁ ସତ ବୋଲି କହିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।
କଲମା ସମେତ ଚିରେଲିର ମଧ୍ୟ ୧୧ଟି ଗେଟ୍ ଖୋଲିଥିବା ଜଣାପଡିଛି । ତେବେ ୧୭ଟି ଗେଟ୍ ଦେଇ କେତେ ପରିମାଣର ପାଣି ବାହାରୁଛି ସେନେଇ ମଧ୍ୟ କୌଣସି ତଥ୍ୟ ନାହିଁ ବୋଲି ମୁଖ୍ୟ ଯନ୍ତ୍ରୀ କହିଛନ୍ତି। ଅଣମୌସୁମୀ ସମୟରେ କଲମା ବ୍ୟାରେଜର ଗେଟ୍ ଖୋଲାଯିବା ପଛରେ ଛତିଶଗଡ଼ର ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି।
ସୂଚନାନୁସାରେ,୨୦୧୬ରୁ ଆରମ୍ଭ ହୋଇଛି ଏହି ମହାନଦୀ ଜଳବିବାଦ I ଆସନ୍ତା ୨୯ ତାରିଖରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଦ୍ୱିତୀୟ ପର୍ଯ୍ୟାୟ ଗସ୍ତରେ ଆସୁ ଥିବାରୁ ଛତିଶଗଡ଼ ନିଜର ଚାଲାକି ଦେଖାଇଛି । ୧୭ଟି ଗେଟ୍ ଦେଇ ଯେତିକି ପରିମାଣର ଜଳ ନିଷ୍କାସିତ ହେଉଛି, ତାହା ହୀରାକୁଦ ଡ୍ୟାମ୍ର ଜଳସ୍ତର ବୃଦ୍ଧି କରିବାରେ କିଛି ସହାୟକ ହେବ ନାହିଁ ବୋଲି ସୂଚନା ମିଳିଛି। ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରି ମହାନଦୀ ପାଣି ଲହଡ଼ି ଭାଙ୍ଗୁଥିବା ଚିତ୍ର ସାମ୍ନାକୁ ଆସିଥିବାବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ବି ଦେଖାଇଥିଲା ଓଡ଼ିଶା ଜଳସମ୍ପଦ ବିଭାଗ। ଯାହାକୁ ଛତିଶଗଡ଼ ସରକାର ଖଣ୍ଡନ କରିବା ସହ ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ତଥ୍ୟ ରଖିଥିଲେ। ତେଣୁ ୨ୟ ଥର ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ କଲମ ବ୍ୟାରେଜର ୧୭ ଟି ଗେଟ ଖୋଲି ଓଡ଼ିଶାର ମହାନଦୀକୁ ପାଣି ଛାଡ଼ିଛି I




