ପାର୍ବଣ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି , ଦାଦା ବଟି ଓ ପୂଜା ଚାନ୍ଦାକୁ ନାଁ
ଭୁବନେଶ୍ୱର : ପାର୍ବଣରେ ଦାଦାବଟିକୁ ନାଁ । ଜୋର ଜବରଦସ୍ତ ଦାଦାବଟି ଆଦାୟ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ I କମିଶନରେଟ ପୋଲିସ ପକ୍ଷରୁ ଏନେଇ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି ପ୍ରତୀକ ସିଂ । ଏହି ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ ରେ ଆପଣ ଅଭିଯୋଗ କରିପାରିବେ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି […]
ଭୁବନେଶ୍ୱର : ପାର୍ବଣରେ ଦାଦାବଟିକୁ ନାଁ । ଜୋର ଜବରଦସ୍ତ ଦାଦାବଟି ଆଦାୟ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ I କମିଶନରେଟ ପୋଲିସ ପକ୍ଷରୁ ଏନେଇ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି ପ୍ରତୀକ ସିଂ । ଏହି ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ ରେ ଆପଣ ଅଭିଯୋଗ କରିପାରିବେ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛିି କମିଶନରେଟ୍ ପୋଲିସ ।
ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛିି କମିଶନରେଟ୍ ପୋଲିସ । ସେହିପରି ପେଶାଦାର ଅପରାଧୀଙ୍କୁ ଧରିବାକୁ ଗଠନ ହୋଇଛି ସ୍ପେଶାଲ ଟିମ । ନିଶା କାରବାର ଉପରେ ନୀତିଦିନ ଚାଲିଛି ଚଢ଼ାଉ । ଚୋରି, ଛିନତାଇ ଗ୍ୟାଙ୍ଗ ପରେ ଏବେ ଦାଦାବଟି ଉପରେ କଡା ନଜର ରଖିଛି ପୋଲିସ । ପୂଜାରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା କମିଶନରେଟ୍ ପୋଲିସ ଆଗୁଆ ଏହି ପଦକ୍ଷେପ ନେଇଛି I




