ସୋମବାର ପ୍ରକାଶ ପାଇବ ବିଇଡି, ବିଏଚ୍‌‌ଇଡି ମେଧା ତାଲିକା

ଭୁବନେଶ୍ୱର: ସୋମବାର ପ୍ରକାଶ ପାଇବ ବିଇଡି, ବିଏଚ୍‌‌ଇଡି ଏବଂ ଏମ୍‌‌ଇଡି ନାମଲେଖା ପାଇଁ ମେଧା ତାଲିକା I ସୋମବାର ଅପରାହ୍‌ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକାରେ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସାମସ ୱେବସାଇଟ ମାଧ୍ୟମରେ ୧୨ରୁ ୧୬ତାରିଖ ଭିତରେ ଅନଲାଇନ ଫି’ ଦାଖଲ କରିବେ। ଫି’ ଦାଖଲ ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ୧୩ ତାରିଖ ପୂର୍ବାହ୍ନ ୧୦ଟାରୁ ୧୭ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇ […]

Samaya Live Picture
Published On

ଭୁବନେଶ୍ୱର: ସୋମବାର ପ୍ରକାଶ ପାଇବ ବିଇଡି, ବିଏଚ୍‌‌ଇଡି ଏବଂ ଏମ୍‌‌ଇଡି ନାମଲେଖା ପାଇଁ ମେଧା ତାଲିକା I ସୋମବାର ଅପରାହ୍‌ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକାରେ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସାମସ ୱେବସାଇଟ ମାଧ୍ୟମରେ ୧୨ରୁ ୧୬ତାରିଖ ଭିତରେ ଅନଲାଇନ ଫି’ ଦାଖଲ କରିବେ। ଫି’ ଦାଖଲ ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ୧୩ ତାରିଖ ପୂର୍ବାହ୍ନ ୧୦ଟାରୁ ୧୭ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇ ପାରିବେ।

ସେହିପରି ୨୪ ତାରିଖ ଅପରାହ୍ଣ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୭ରୁ ୨୯ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ସେପ୍ଟେମ୍ୱର ୫ ଅପରାହ୍ଣ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ୬, ୯ ଏବଂ ୧୦ ତାରିଖରେ ନାମଲେଖା ହେବ। ସେହିପରି ସେପ୍ଟେମ୍ୱର ୧୭ରେ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୮ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ। ସେପ୍ଟେମ୍ୱର ୨୩ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Tags: