ମାଓବାଦୀଙ୍କୁ ଧରାଇ କୋଟିପତି ହୁଅନ୍ତୁ
ବୌଦ୍ଧ : ମାଓବାଦୀଙ୍କୁ ନାହିଁ ନିସ୍ତାର । ମାଓବାଦୀ ଧରାନ୍ତୁ କୋଟିପତି ହୁଅନ୍ତୁ । ମାଓବାଦୀ ଧରାଇବା ନେଇ ଆର୍ଥିକ ପୁରସ୍କାର ଘୋଷଣା କରିଛି ବୌଦ୍ଧ ଜିଲ୍ଲା ପୋଲିସ । ବୌଦ୍ଧ ଜିଲ୍ଲାବାସୀଙ୍କୁ ପୋଲିସ ଆହ୍ୱାନ କରିବା ସହିତ ବିଭିନ୍ନ ଥାନା ଅନ୍ତର୍ଗତ ଜଙ୍ଗଲରେ ପୋଷ୍ଟର ଲଗାଇଛି। ୧୦ ଟପ କ୍ୟାଡର ମାଓବାଦୀ ଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଛି । ଟପ୍ ମାଓନେତା ଗଣେଶ ଉଇକେ ପାଇଁ ଏକ […]
ବୌଦ୍ଧ : ମାଓବାଦୀଙ୍କୁ ନାହିଁ ନିସ୍ତାର । ମାଓବାଦୀ ଧରାନ୍ତୁ କୋଟିପତି ହୁଅନ୍ତୁ । ମାଓବାଦୀ ଧରାଇବା ନେଇ ଆର୍ଥିକ ପୁରସ୍କାର ଘୋଷଣା କରିଛି ବୌଦ୍ଧ ଜିଲ୍ଲା ପୋଲିସ । ବୌଦ୍ଧ ଜିଲ୍ଲାବାସୀଙ୍କୁ ପୋଲିସ ଆହ୍ୱାନ କରିବା ସହିତ ବିଭିନ୍ନ ଥାନା ଅନ୍ତର୍ଗତ ଜଙ୍ଗଲରେ ପୋଷ୍ଟର ଲଗାଇଛି। ୧୦ ଟପ କ୍ୟାଡର ମାଓବାଦୀ ଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଛି । ଟପ୍ ମାଓନେତା ଗଣେଶ ଉଇକେ ପାଇଁ ଏକ କୋଟି ଟଙ୍କା ପୁରସ୍କାର ରହିଛି । ସେହିପରି ୫ ହାର୍ଡକୋର୍ ମାଓବାଦୀଙ୍କ ପାଇଁ ୫୦ ଲକ୍ଷ ଲେଖାଏଁ ଘୋଷଣା । ଏହାସହ ମାଓବାଦୀଙ୍କ ସୂଚନା ଦେବାପାଇଁ ୯୪୩୭୬୪୩୮୩୯ ମୋବାଇଲ ନଂ ଜାରି ହୋଇଛି ।
ଜିଲ୍ଲାରେ ମାଓବିରୋଧୀ କାର୍ଯ୍ୟକଳାପ ରୋକିବା ସହିତ ଲାଲବାହିନୀର ସଦସ୍ୟ ମାନଙ୍କୁ ମୂଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପୁଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ, ବିଶେଷ କରି ମାଓ ପ୍ରଭାବିତ ଫିରିଙ୍ଗିଆ ଓ ଗୋଚ୍ଛାପଡା ଅଞ୍ଚଳରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଯିବା ସହିତ ମାଓବାଦୀଙ୍କୁ ସମାଜର ମୂଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆହ୍ୱାନ ଦେଇଛି ଜିଲ୍ଲା ପୋଲିସ । ତେବେ ଏହି ପୋଷ୍ଟର କିଏ ଲଗାଇଛି ଏହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳି ନଥିବାବେଳେ ଜିଲ୍ଲା ପୁଲିସ ପକ୍ଷରୁ ଏହି ପୋଷ୍ଟର ଲାଗିଥିବା ଚର୍ଚ୍ଚା ହେଉଛି।
ଜିଲାର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ଦ୍ୱାରା କିଛି କିଛି ଘଟଣା ଓ ଦୁର୍ଘଟଣା ଓ ଉପସ୍ଥିତି ମଧ୍ୟ ପୁଲିସ୍ ପାଇଁ ଚିନ୍ତାର କାରଣ ହୋଇଛି । ଇତି ମଧ୍ୟରେ ଅନେକ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅନେକ ମାଓବାଦୀ ଏନକାଉଣ୍ଟରର ଶୀକାର ମଧ୍ୟ ହୋଇଛନ୍ତି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷା ବାହିନୀ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇ ୨୦୨୬ ସୁଦ୍ଧା ଜିଲାକୁ ମାଓମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି।




