ଭୟ ନ କରି ସଜାଗ ରୁହନ୍ତୁ – ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଓଡିଶା ଉପକୂଳକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଏହାର ପ୍ରଭାବରେ ଆଜି ସକାଳ ଠାରୁ କେନ୍ଦ୍ରାପଡା,ପାରାଦୀପ,ଧାମରା ଏବଂ ଭଦ୍ରକରେ ବର୍ଷା ଆରମ୍ଭ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ। ପୂର୍ବରୁ ଆମେ ସମସ୍ତେ ମିଶି ସଫଳତାର ସହ ଅନେକ […]
ଭୁବନେଶ୍ୱର : ଓଡିଶା ଉପକୂଳକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଏହାର ପ୍ରଭାବରେ ଆଜି ସକାଳ ଠାରୁ କେନ୍ଦ୍ରାପଡା,ପାରାଦୀପ,ଧାମରା ଏବଂ ଭଦ୍ରକରେ ବର୍ଷା ଆରମ୍ଭ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ। ପୂର୍ବରୁ ଆମେ ସମସ୍ତେ ମିଶି ସଫଳତାର ସହ ଅନେକ ବାତ୍ୟାର ମୁକାବିଲା କରିଛେ। ଆମର ଏକ ବହୁତ Effective Disaster Management Policy ଅଛି । ତେଣୁ ସେ ଭୟଭୀତ ନ ହୋଇ ସଜାଗ ସହ ନିରାପଦ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ। ସଜାଗ ରୁହନ୍ତୁ। ଜୀବନ ଅମୁଲ୍ୟ। ନିରାପଦ ରୁହନ୍ତୁ। ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ।
ନବୀନ କହିଛନ୍ତି ଯେ, ସବୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ମୋର ଅନୁରୋଧ, ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସାହାଯ୍ୟ କରନ୍ତୁ। ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା ।




