BDA ଅଫିସ ଘେରିଲେ ଉଠା ଦୋକାନୀ ମହାସଂଘ
ଭୁବନେଶ୍ୱର : ‘ଖେଳ ନୁହେଁ,ଭାତ ଚାହୁଁ’ ଆମ ଭାତ ହାଣ୍ଡି କୁ ଲାତ କାହିଁକି ? ଏଇଭଳି ସ୍ଲୋଗାନ ଲେଖା ଥିବା ବିଭିନ୍ନ ପୋଷ୍ଟର ପ୍ଲାକାର୍ଡ଼ ମାନ ଧରି ଉଠା ଦୋକାନୀ ମାନେ କରିଛନ୍ତି ଜୋରଦାର ବିକ୍ଷୋଭ I ବିଶ୍ୱକପ ହକି ଆଳରେ ବିଏମ୍ସି ଉଠା ଦୋକାନୀ ଉଚ୍ଛେଦ ପ୍ରକ୍ରିୟା ଚଲାଇଥିବାରୁ,ଏହା ବିରୋଧରେ ବିଶାଳ ଶୋଭାଯାତ୍ରାରେ ଯାଇ ବିଡିଏ ଅଫିସ୍ ଆଗରେ ପ୍ରତିବାଦ କରିଛନ୍ତି I ସୂଚନାନୁସାରେ ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ରାଜଧାନୀକୁ ସୌନ୍ଦର୍ଯ୍ୟକରଣ କରିବା […]
ଭୁବନେଶ୍ୱର : ‘ଖେଳ ନୁହେଁ,ଭାତ ଚାହୁଁ’ ଆମ ଭାତ ହାଣ୍ଡି କୁ ଲାତ କାହିଁକି ? ଏଇଭଳି ସ୍ଲୋଗାନ ଲେଖା ଥିବା ବିଭିନ୍ନ ପୋଷ୍ଟର ପ୍ଲାକାର୍ଡ଼ ମାନ ଧରି ଉଠା ଦୋକାନୀ ମାନେ କରିଛନ୍ତି ଜୋରଦାର ବିକ୍ଷୋଭ I ବିଶ୍ୱକପ ହକି ଆଳରେ ବିଏମ୍ସି ଉଠା ଦୋକାନୀ ଉଚ୍ଛେଦ ପ୍ରକ୍ରିୟା ଚଲାଇଥିବାରୁ,ଏହା ବିରୋଧରେ ବିଶାଳ ଶୋଭାଯାତ୍ରାରେ ଯାଇ ବିଡିଏ ଅଫିସ୍ ଆଗରେ ପ୍ରତିବାଦ କରିଛନ୍ତି I
ସୂଚନାନୁସାରେ ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ରାଜଧାନୀକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ରାସ୍ତାକଡରେ ଥିବା ଶହ ଶହ ସଂଖ୍ୟା ରେ ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଉଛି I ତେବେ ପ୍ରଥମେ ସେମାନଙ୍କୁ ଥଇଥାନ ନ କରି,ତାଙ୍କ ବ୍ୟବସାୟ ଉଜାଡି ଦେଉଥିବାରୁ ବ୍ୟବସାୟୀ ମାନେ ଏକାଠି ହୋଇ ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ଦେଇ BDA ଅଫିସରେ ପହଞ୍ଚି ଥିଲେ। ସେଠାରେ ୧୨ଦଫା ଦାବି ନେଇ ବିକ୍ଷୋଭ କରିଥିଲେ I BDA କର୍ମକର୍ତ୍ତା ଓ ମହାସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନାରେ ଉଠା ଦୋକାନୀଙ୍କୁ ଛାଡି ଅନ୍ୟ ସବୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ବୋଲି BDA ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଉଠା ଦୋକାନୀ।




