ବସ୍ତି ହେବ ବିଜୁ ଆଦର୍ଶ କଲୋନୀ
ଭୁବନେଶ୍ୱର : ଏଣିକି ବିଜୁ ଆଦର୍ଶ କଲୋନୀରେ ବାସ କରିବେ ବସ୍ତି ବାସିନ୍ଦା । ବସ୍ତିରୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଥିବା ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାନୁଯାୟୀ , ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲୋକାର୍ପଣ କରାଯାଇଛି । ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୧ ହଜାରରୁ ଅଧିକ ପରିବାରକୁ […]
ଭୁବନେଶ୍ୱର : ଏଣିକି ବିଜୁ ଆଦର୍ଶ କଲୋନୀରେ ବାସ କରିବେ ବସ୍ତି ବାସିନ୍ଦା । ବସ୍ତିରୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଥିବା ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନାନୁଯାୟୀ , ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲୋକାର୍ପଣ କରାଯାଇଛି । ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୧ ହଜାରରୁ ଅଧିକ ପରିବାରକୁ ପଟ୍ଟା ବଣ୍ଟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।




