ବର୍ଷା-ଅନୁଭବ,ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ : ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା I ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ପରିବାର ଅଦାଲତ ରାୟକୁ ଖାରଜ କଲେ ହାଇକୋର୍ଟ I ଅନୁଭବଙ୍କ ଆବେଦନ ଆଧାରରେ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ହେଲେ ଏବେ ଅନୁଭବଙ୍କୁ ମାନ୍ୟଵର ହାଇକୋର୍ଟଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ […]

Samaya Live Picture
Published On

କଟକ : ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା I ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ପରିବାର ଅଦାଲତ ରାୟକୁ ଖାରଜ କଲେ ହାଇକୋର୍ଟ I ଅନୁଭବଙ୍କ ଆବେଦନ ଆଧାରରେ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ହେଲେ ଏବେ ଅନୁଭବଙ୍କୁ ମାନ୍ୟଵର ହାଇକୋର୍ଟଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ଅନୁମତି ମିଳିଛି ।

ହାଇକୋର୍ଟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କର ସେହି ପୁରୁଣା ଯୁକ୍ତି ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜ କଲମରେ ସୀମିତ ରହିଯାଇଥିଲା। ସେହିପରି ତାଙ୍କ ପରିବାର ଲୋକଙ୍କୁ ବର୍ଷା ଦୁର୍ବ୍ୟବହାର କରୁଥିଲେ ବୋଲି ଅନୁଭବ କହିଥିଲେ। ତେବେ ହାଇକୋର୍ଟ କେଉଁ ଆଧାରରେ ଅନୁବକଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି,ତାହା ଲିଖିତ ଜଜ୍‌ମେଣ୍ଟ ଆସିବା ପରେ ଜଣାପଡ଼ିବ। ପୂର୍ବରୁ ଦୁଇ ଓଲିଉଡ୍‌ ଷ୍ଟାରଙ୍କ ଘରକଳି ବାରମ୍ବାର ପଦାରେ ପଡ଼ିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ I

ସୂଚନା ଯୋଗ୍ୟ ଗତ ସେପ୍ଟେମ୍ବର ୨୨ ତାରିଖରେ ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ। ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ ଅନୁଭବ। ତେବେ ଏହି ଆବେଦନକୁ ଖାରଜ କରିଥିଲେ କୋର୍ଟ । ପତ୍ନୀ ବର୍ଷା ମଧ୍ୟ ଏକତ୍ର ରହିବା ପାଇଁ ଏକ ପିଟିସନ କରିଥିଲେ । ସେହି ପିଟିସନକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ ପରିବାର ଅଦାଲତ । ଆଇନଜୀବୀ ଲଳିତେନ୍ଦୁ ମିଶ୍ରଙ୍କ ଜରିଆରେ ହାଇକୋର୍ଟରେ ଅନୁଭବ ମହାନ୍ତି ଏହି ଆବେଦନ କରିଥିଲେ ।

Tags: