ବାରିପଦା:ବସ ଧକ୍କାରେ ଯୁବତୀ ମୃତ,ଅନ୍ୟ ଜଣେ ଗୁରୁତର

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଆଜି ସକାଳେ ଘଟି ଯାଇଛି ଏକ ମର୍ମନ୍ତୁଦ ବସ ଦୁର୍ଘଟଣା I ଉଦଳା ପଟୁ ଆସୁଥିବା ‘ଦୁଲାରୀ’ନାମକ ଏକ ଘରୋଇ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି I ଘଟଣା ଘଟିଛି ବାରିପଦା ସହର ସ୍ଥିତ ବାଲେଶ୍ୱର ଗୋଲେଇ ନିକଟରେ I ମୃତ ଯୁବତୀ ଜଣଙ୍କ ହେଲେ ରଶ୍ମିତା ବେହେରା ଏବଂ ଆହତ ଯୁବତୀ ଙ୍କ ନାଁ କପ୍ତିପ୍ରଭା ମହାପାତ୍ର । […]

Samaya Live Picture
Published On

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଆଜି ସକାଳେ ଘଟି ଯାଇଛି ଏକ ମର୍ମନ୍ତୁଦ ବସ ଦୁର୍ଘଟଣା I ଉଦଳା ପଟୁ ଆସୁଥିବା ‘ଦୁଲାରୀ’ନାମକ ଏକ ଘରୋଇ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି I ଘଟଣା ଘଟିଛି ବାରିପଦା ସହର ସ୍ଥିତ ବାଲେଶ୍ୱର ଗୋଲେଇ ନିକଟରେ I ମୃତ ଯୁବତୀ ଜଣଙ୍କ ହେଲେ ରଶ୍ମିତା ବେହେରା ଏବଂ ଆହତ ଯୁବତୀ ଙ୍କ ନାଁ କପ୍ତିପ୍ରଭା ମହାପାତ୍ର । ଉଭୟ ଡାକ ବିଭାଗ କର୍ମଚାରୀ । ଦୁହେଁ ସ୍କୁଟିରେ ଅଫିସ ଯାଉଥିବା ବେଳେ ବସଟି ପଛପଟୁ ଧକ୍କା ଦେଇଥିଲା । ଆହତ ଦ୍ବୟଙ୍କୁ ସଙ୍ଗେ ଙ୍ଗେ ପିଆର ଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ ହେଁ ରଶ୍ମିତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ଆହତ ଯୁବତୀ ଜଣଙ୍କ ଚିକିତ୍ସା ଜାରି ରହିଛି। ଟାଉନ ଥାନା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।

Tags: