ଆଜି ବାରିପଦାରେ ହେବ ରଥଟଣା
ବାରିପଦା: ଜୁଲାଇ ୦୨: ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିବା ବେଳେ ଆଜି ରଥଟଣା ହେବ । ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା ମନ୍ଦିର ଯାଏଁ ଟାଣି ନେବେ । ପରେ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟଣା ହେବେ ଏବଂ ଆସନ୍ତାକାଲି ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ । ପରେ ଜଗନ୍ନାଥଙ୍କ ରଥ ଟଣା ଯିବ । ବାରିପଦାରେ ପୁରୀ ରଥ ଯାତ୍ରା ପରର […]
ବାରିପଦା: ଜୁଲାଇ ୦୨: ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିବା ବେଳେ ଆଜି ରଥଟଣା ହେବ । ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା ମନ୍ଦିର ଯାଏଁ ଟାଣି ନେବେ । ପରେ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟଣା ହେବେ ଏବଂ ଆସନ୍ତାକାଲି ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ । ପରେ ଜଗନ୍ନାଥଙ୍କ ରଥ ଟଣା ଯିବ । ବାରିପଦାରେ ପୁରୀ ରଥ ଯାତ୍ରା ପରର ଦୁଇ ଦିନ ଧରି ରଥ ଟଣା ହୋଇଥାଏ । ଆଉ ବିଶେଷ କଥା, ଦେବୀ ସୁଭଦ୍ରାଙ୍କ ରଥକୁ ଏଠାରେ କେବଳ ମହିଳା ମାନେ ହିଁ ଟାଣି ନେଇଥାନ୍ତି । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ବାରିପଦାରେ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଆୟୋଜିତ ହେଉଛି । ସେପଟେ କେନ୍ଦ୍ରାପଡ଼ାରେ ମଧ୍ୟ ଆଜି ଅନୁଷ୍ଠିତ ହେବ ରଥଯାତ୍ରା । ରୀତିନୀତି ଅନୁଯାୟୀ ଗତକାଲି ପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଛି । ପରମ୍ପରା ଅନୁଯାଇ ରଥକୁ କିଛି ବାଟ ଟଣାଯାଇ ଦେବୋତ୍ତର ବିଭାଗ ଓ ରଘୁନାଥଜୀଉ ମଠ ପାଖରେ ବ୍ରହ୍ମ ତାଳଧ୍ୱଜ ରଥ ଅଟକିଛି । ଆଜି ନୀତିକାନ୍ତି ପରେ ଆରମ୍ଭ ହେବ ରଥଟଣା ।




