ବରଗଡ଼ ଧନୁଯାତ୍ରା ସ୍ଥାପନ ହେଲା ଶୁଭଖୁଣ୍ଟି

ବରଗଡ଼ : ଆସନ୍ତା ଜାନୁଆରୀ ୧୫ ରୁ ଆରମ୍ଭ ହେବ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ଏହି ମହୋତ୍ସବ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବାଜିଛି ଶୁଭଶଙ୍ଖ । ଯେପରି ଯାତ୍ରା ସୁରୁଖୁରୁରେ ସମାପନ ହେବା ସେଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ସ୍ଥାପିତ ହୋଇଛି ଶୁଭ ସ୍ତମ୍ଭ ବା ଶୁଭଖୁଣ୍ଟି । ଏହି କ୍ରମରେ ପରମ୍ପରା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। […]

Samaya Live Picture
Published On

ବରଗଡ଼ : ଆସନ୍ତା ଜାନୁଆରୀ ୧୫ ରୁ ଆରମ୍ଭ ହେବ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ଏହି ମହୋତ୍ସବ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବାଜିଛି ଶୁଭଶଙ୍ଖ । ଯେପରି ଯାତ୍ରା ସୁରୁଖୁରୁରେ ସମାପନ ହେବା ସେଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ସ୍ଥାପିତ ହୋଇଛି ଶୁଭ ସ୍ତମ୍ଭ ବା ଶୁଭଖୁଣ୍ଟି । ଏହି କ୍ରମରେ ପରମ୍ପରା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ରାଜ ପୁରୋହିତଙ୍କ ପୂର୍ବ ଲଗ୍ନ ଧାର୍ଯ୍ୟ ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା । ସନ୍ଧ୍ୟା ୫ଟା ୩୦ମିନିଟରେ ସ୍ଥାନୀୟ ତଳିପଡ଼ାସ୍ଥିତ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀ ଅଭିମୁଖେ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ପହଞ୍ଚତ୍ବା ପରେ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ପୂଜାର୍ଚ୍ଚନା କରାଯାଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଶୁଭସ୍ତମ୍ଭ ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ,ରାଜ ଦରବାର ମଞ୍ଚ କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ,ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝି, ଧନୁଯାତ୍ରାର କଂସ ଅଭିନେତା ହୃଷୀକେଶ ଭୋଇଙ୍କ ସମେତ ଅନ୍ୟ କଳାକାର ଏବଂ ବିଭିନ୍ନ କମିଟିର ଆବାହକ ଓ ସଭ୍ୟମାନେ ଉପସ୍ଥିତ ଥିଲେ।

Tags: