ନିର୍ଦ୍ଦିଷ୍ଟ ପରିବାର କବ୍ଜାରେ ବାରବାଟୀ ଷ୍ଟାଡିଅମ – ଦେବାଶିଷ ସାମନ୍ତରାୟ

କଟକ : ଭାରତ – ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ ବେଳେ ଷ୍ଟାଡ଼ିୟମରେ ଲାଇଟ ଲିଭିବା ଘଟଣା । ଅସନ୍ତୋଷ ପ୍ରକାଶ କରି ଓସିଏ ଉପରେ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କହିଲେ, ବାରବାଟୀ ଷ୍ଟାଡିୟମରେ ଚାଲିଛି ପରିବାରବାଦ । ଲାଇଟ୍ ବିଭ୍ରାଟ ପାଇଁ କେବଳ କଟକ ନୁହେଁ ଏଥିପାଇଁ ଓଡ଼ିଶା ବଦନାମ ହୋଇଛି । ଅତି ବେଶୀରେ ପାଞ୍ଚ ମିନିଟ ଲାଗି ଥାଆନ୍ତା ସମାଧାନ ପାଇଁ କିନ୍ତୁ ଏହା ବଦଳରେ ଅଧଘଣ୍ଟା ଖେଳ […]

ନିର୍ଦ୍ଦିଷ୍ଟ ପରିବାର କବ୍ଜାରେ ବାରବାଟୀ ଷ୍ଟାଡିଅମ – ଦେବାଶିଷ ସାମନ୍ତରାୟ
Samaya Live Picture
Published On

କଟକ : ଭାରତ – ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ ବେଳେ ଷ୍ଟାଡ଼ିୟମରେ ଲାଇଟ ଲିଭିବା ଘଟଣା । ଅସନ୍ତୋଷ ପ୍ରକାଶ କରି ଓସିଏ ଉପରେ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କହିଲେ, ବାରବାଟୀ ଷ୍ଟାଡିୟମରେ ଚାଲିଛି ପରିବାରବାଦ । ଲାଇଟ୍ ବିଭ୍ରାଟ ପାଇଁ କେବଳ କଟକ ନୁହେଁ ଏଥିପାଇଁ ଓଡ଼ିଶା ବଦନାମ ହୋଇଛି । ଅତି ବେଶୀରେ ପାଞ୍ଚ ମିନିଟ ଲାଗି ଥାଆନ୍ତା ସମାଧାନ ପାଇଁ କିନ୍ତୁ ଏହା ବଦଳରେ ଅଧଘଣ୍ଟା ଖେଳ ବନ୍ଦ୍ ହୋଇଗଲା ।

ଏହା ଯୋଗୁ ଖେଳାଳି ମାନଙ୍କର ଏକଗ୍ରତା ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ଖାଲି ଲାଇଟ୍ ବିଭ୍ରାଟ ନୁହେଁ ଟିକେଟ କେଲେଙ୍କାରୀରେ ମଧ୍ୟ ସାମିଲ ଓସିଏ । ବ୍ୟାଙ୍କ୍‌କୁ ଦିଆଗଲା ୭ ହଜାର କିନ୍ତୁ ବ୍ୟାଙ୍କ୍ ବିକିଛି ୫୦୦ଟିକେଟ । ଷ୍ଟାଡିୟମ୍ ଆଧୁନୀକରଣରେ ପୂର୍ବତନ ସଭାପତି ରଞ୍ଜୀବ ବିଶ୍ଵାଳଙ୍କ ବଡ଼ ଅବଦାନ ରହିଛି ।

ହେଲେ ଗୋଟିଏ ପରିବାର ଷ୍ଟାଡିୟମ୍‌କୁ ନିଜର ପୈତୃକ ସଂପତ୍ତି ଭାବି ମନମାନି କରୁଛନ୍ତି । ବାରବାଟୀ ଷ୍ଟାଡିୟମ ଏବେ ମଣ୍ଡପରେ ପରିଣତ ହୋଇଗଲାଣି । ଏଥିରୁ ପ୍ରଚୁର ଅର୍ଥ ଆତ୍ମସାତ କରୁଛନ୍ତି ଓ ସି ଏ କୁ ଦଖଲ କରିଥିବା ନିର୍ଦ୍ଧିଷ୍ଟ ପରିବାର। ସେହି ନିର୍ଦ୍ଦିଷ୍ଟ ପରିବାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ଓସିଏରେ ନୂଆ ଟିମ୍ ଆସିବା ଦରକାର । ଯିଏ କ୍ରିକେଟ୍ ବ୍ୟାଟ ନ ଧରିଛି ସେ ଓସିଏରେ ନ ରହିବା ଦରକାର । ଏଥିପାଇଁ ରାଜ୍ୟ ସରକାର ଆକ୍ସନ ନେବା ଦରକାର । କ୍ରୀଡା ମନ୍ତ୍ରୀ ଆକ୍ସନ କଥା କହୁଛନ୍ତି କିନ୍ତୁ ଆକ୍ସନ ଦେଖାନାହିଁ । ଉଭୟ ବିସିସିଆଇ ଓ ରାଜ୍ୟ ସରକାର ଏହାର ସଠିକ୍ ତଦନ୍ତ କରିବା ଦରକାର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ।

Tags: