୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ କ୍ରିକେଟ ଟିମ୍

ଭୁବନେଶ୍ବର: ବାରବାଟୀ ଦିନିକିଆ ମ୍ୟାଚ ଭାରତ-ଇଂଲଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ।୭ ତାରିଖରେ ଭୁବନେଶ୍ୱରରେ ପହଂଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ।୮ ତାରିଖରେ ଉଭୟ ଟିମ ଅଭ୍ୟାସ ପାଇ ବାରବାଟୀ ଯିବେ ବୋଲି ପୋଲିସ କମିଶନର ଏସ ଦେବ ଦତ୍ତ ସିଂ କହିଛନ୍ତି। କଟକ ବାରବାଟୀ ମ୍ୟାଚ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କମିଶନର ଏସ ଦେବ ଦତ୍ତ ସିଂ । ଓସିଏ, ପୋଲିସ, ହୋଟେଲ, ଏୟାରପୋର୍ଟ, ସିଆଇଏସଏଫଙ୍କ ସହ […]

୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ କ୍ରିକେଟ ଟିମ୍
Samaya Live Picture
Published On

ଭୁବନେଶ୍ବର: ବାରବାଟୀ ଦିନିକିଆ ମ୍ୟାଚ ଭାରତ-ଇଂଲଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ।୭ ତାରିଖରେ ଭୁବନେଶ୍ୱରରେ ପହଂଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ।୮ ତାରିଖରେ ଉଭୟ ଟିମ ଅଭ୍ୟାସ ପାଇ ବାରବାଟୀ ଯିବେ ବୋଲି ପୋଲିସ କମିଶନର ଏସ ଦେବ ଦତ୍ତ ସିଂ କହିଛନ୍ତି।

କଟକ ବାରବାଟୀ ମ୍ୟାଚ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କମିଶନର ଏସ ଦେବ ଦତ୍ତ ସିଂ । ଓସିଏ, ପୋଲିସ, ହୋଟେଲ, ଏୟାରପୋର୍ଟ, ସିଆଇଏସଏଫଙ୍କ ସହ ଆଲୋଚନା ହୋଇଛି । ବିମାନବନ୍ଦର ଠାରୁ ହୋଟେଲ ଓ ବାରବାଟୀ ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା ହୋଇଛି । ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି।

ଦିନିକଆ ମ୍ୟାଚ ପାଇଁ ଖେଳାଳି ଭୁବନେଶ୍ବରରେ ରହୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ।ସେହିପରି ଷ୍ଟାଡିୟମକୁ ପାଣି ବୋତଲ ନେଇ ଯିବାକୁ ବାରଣ କରାଯାଇଛି ବୋଲି କମିଶନର କହିଛନ୍ତି।

Tags: