ବାରବାଟୀ ମ୍ୟାଚ,୫ଟି ସ୍ଥାନରେ ଗାଡି ପାର୍କିଂ,୨୫ ହଜାର ବାହନ ପାର୍କିଂ ବ୍ୟବସ୍ଥା
କଟକ : ଆସନ୍ତା ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ । ଇଣ୍ଡିଆ ଇଂଲଣ୍ଡ ବାରବାଟୀ ଲଢେଇ ପାଇଁ ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଦିନିକିଆ ଦିବାରାତ୍ର ମ୍ୟାଚ୍ ଲାଗି ୫ଟି ସ୍ଥାନରେ ହେବ ଗାଡ଼ି ପାର୍କିଂ ବ୍ୟବସ୍ଥା । ୫ଟି ପାର୍କିଂ ପ୍ଲେସରରେ ୨୫ ହଜାର ଗାଡ଼ି ରଖିବା ଲାଗି ବ୍ୟବସ୍ଥା କରାଯିବ ବୋଲି ଓସିଏ ପକ୍ଷରୁ କୁହା ଯାଇଛି । ଗାଡ଼ି ପାର୍କିଂ ସହ ବାରବାଟୀ ଷ୍ଟାଡିୟମ୍ ପରିସରରେ […]
କଟକ : ଆସନ୍ତା ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ । ଇଣ୍ଡିଆ ଇଂଲଣ୍ଡ ବାରବାଟୀ ଲଢେଇ ପାଇଁ ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଦିନିକିଆ ଦିବାରାତ୍ର ମ୍ୟାଚ୍ ଲାଗି ୫ଟି ସ୍ଥାନରେ ହେବ ଗାଡ଼ି ପାର୍କିଂ ବ୍ୟବସ୍ଥା । ୫ଟି ପାର୍କିଂ ପ୍ଲେସରରେ ୨୫ ହଜାର ଗାଡ଼ି ରଖିବା ଲାଗି ବ୍ୟବସ୍ଥା କରାଯିବ ବୋଲି ଓସିଏ ପକ୍ଷରୁ କୁହା ଯାଇଛି ।
ଗାଡ଼ି ପାର୍କିଂ ସହ ବାରବାଟୀ ଷ୍ଟାଡିୟମ୍ ପରିସରରେ ଦର୍ଶକଙ୍କୁ ଖାଦ୍ୟ ପାନୀୟ ବିକ୍ରି ଉପରେ ଓସିଏ ଆଲୋଚନା କରିଛି । ଉପଯୁକ୍ତ ମୂଲ୍ୟରେ ଖାଦ୍ୟ ପାନୀୟ ବିକ୍ରି ସହ ଖାଦ୍ୟର ମାନ ଉପରେ ନଜର ରଖିବାକୁ ୫ ଜଣ ଅଧିକାରୀଙ୍କ ଦାୟିତ୍ଵ ଦିଆଯାଇଛି ।
ଟିକେଟ ନ ପାଇ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିବାକୁ ବଞ୍ଚିତ ହୋଇଥିବା କ୍ରିକେଟ୍ ପ୍ରେମୀଙ୍କ ଲାଗି ୩ଟି ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯାଉଛି । ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ କ୍ରୀଡ଼ାପ୍ରେମୀ ବଡ଼ ଏଲଇଡି ଜରିଆରେ ଭାରତ-ଇଂଲଣ୍ଡ ମ୍ୟ।ଚର ଭରପୂର ମଜ୍ଜା ନେଇ ପାରିବେ ।
ଆଜି କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି.ପରମେଶ୍ବନ୍ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆରଡିସିଙ୍କ ସହ ଓସିଏ ପଦାଧିକାରୀ, କଟକ ଜିଲ୍ଲାପାଳ, ଅତିରିକ୍ତ ପୋଲିସ କମିଶନର ଉପସ୍ଥିତ ଥିଲେ । ମ୍ୟାଚର ସୁପରିଚାଳନା ନେଇ ବ୍ୟାପକ ଭାବରେ ଆଲୋଚନା କରାଯାଇଛି । ଆସନ୍ତା ୭ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରାଯିବ ବୋଲି ସୂଚନା ଦେଇଛନ୍ତି ଆର୍ ଡି ସି ।
ତଳ ବାଲିଯାତ୍ରା ପଡିଆ ବ୍ୟବହାର ନେଇ ଗ୍ରୀନ ଟ୍ରିବ୍ୟୁନାଲ୍ ବା ଜାତୀୟ ସବୁଜ ପ୍ରାଧିକରଣଙ୍କର କଟକଣା ରହିଥିବା ବେଳେ, ଜରୁରୀକାଳୀନ ପରିସ୍ଥିତିରେ ତଳ ବାଲିଯାତ୍ରା ପଡ଼ିଆରେ ମଧ୍ୟ ପାର୍କିଂ କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉପର ଓ ତଳ ବାଲିଯାତ୍ରା ପଡିଆ ଏବଂ ଅନ୍ୟ ତିନୋଟି ସ୍ଥାନରେ ହେବ ପାର୍କିଂ । ଅନ୍ୟ ସମସ୍ତ ସ୍ଥାନ ଭର୍ତ୍ତି ହୋଇଯିବା ପରେ ହିଁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରାଯିବ । ଏଭଳି ପରିସ୍ଥିତି ନ ହେଲେ ତଳ ବାଲିଯାତ୍ରା ପଡ଼ିଆ ବ୍ୟବହାର କରାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଅନ୍ୟପଟେ,ବାରବାଟୀ ଦିନିକିଆରେ ମହିଳାଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର କାଉଣ୍ଟର । ଦ୍ବିତୀୟ ଥର ପାଇଁ ଓସିଏ ମହିଳାଙ୍କ ପାଇଁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ଫେବ୍ରୁଆରୀ ୫ ତାରିଖ ଦିନ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି ଧାଡିର ବ୍ୟବସ୍ଥା କରାଯାଇଛି । ମହିଳାଙ୍କ କାଉଣ୍ଟରରେ ବି ଏହି ବ୍ୟବସ୍ଥା କରାଯାଇଛି। ଜଣକୁ ଦିଆଯିବ ସର୍ବାଧିକ ୨ଟି ଟିକେଟ। ଅଫଲାଇନରେ ଏଥର ୧୧ ହଜାର ଟିକେଟ ବିକ୍ରି ହେବ। ଶାନ୍ତି ଶୃଙ୍ଖଳାର ସହ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି।




