ଶନିବାର ବାର ଆସୋସିଏସନ ମତଦାନ

ଭୁବନେଶ୍ୱର : ଆଜି ରାଜ୍ୟର ହାଇକୋର୍ଟ ସମେତ ସମସ୍ତ ବାର ଆସୋସିଏସନ ର ମତଦାନ ଅନୁଷ୍ଠିତ ହେଉଛି I ରାଜ୍ୟର ୧୫୩ଟି ବାରର ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ I ଏଥିରେ ସମୁଦାୟ ୪୦ ହଜାର ଆଇନଜୀବୀ ମତଦାନ କରିବେ I ତେବେ ନିୟମ ଅନୁଯାୟୀ ବର୍ତ୍ତମାନ ‘ୱାନ ଭୋଟ ୱାନ ବାର’ ବ୍ୟବସ୍ଥାରେ ଜଣେ ଆଇନଜୀବୀ ରାଜ୍ୟର କେବଳ ଗୋଟିଏ ବାର ଆସୋସିଏସନ ନିର୍ବାଚନରେ ନିଜର ମତଦାନ କରି ପାରିବେ ଇ […]

Samaya Live Picture
Published On

ଭୁବନେଶ୍ୱର : ଆଜି ରାଜ୍ୟର ହାଇକୋର୍ଟ ସମେତ ସମସ୍ତ ବାର ଆସୋସିଏସନ ର ମତଦାନ ଅନୁଷ୍ଠିତ ହେଉଛି I ରାଜ୍ୟର ୧୫୩ଟି ବାରର ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ I ଏଥିରେ ସମୁଦାୟ ୪୦ ହଜାର ଆଇନଜୀବୀ ମତଦାନ କରିବେ I

ତେବେ ନିୟମ ଅନୁଯାୟୀ ବର୍ତ୍ତମାନ ‘ୱାନ ଭୋଟ ୱାନ ବାର’ ବ୍ୟବସ୍ଥାରେ ଜଣେ ଆଇନଜୀବୀ ରାଜ୍ୟର କେବଳ ଗୋଟିଏ ବାର ଆସୋସିଏସନ ନିର୍ବାଚନରେ ନିଜର ମତଦାନ କରି ପାରିବେ ଇ ଓଡିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ପଦ ପାଇଁ ବିଜୟ କୁମାର ଦାଶ ,ମିଳନ କୁମାର ବଡୁ,ଶୌର୍ଯ୍ୟକାନ୍ତ ପାଢ଼ୀ,ଏବଂ ଉଲ୍ଲାସ ଚନ୍ଦ୍ର ମହାନ୍ତିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି I ସେହିପରି ଉପସଭାପତି ପଦ ପାଇଁ କରୁଣାକର ରଥ,ନମିତା ଚକ୍ରବର୍ତୀ,ପଦ୍ମନାଭ ଚୌଧୁରୀ,ପ୍ରଦୀପ କୁମାର ମହାପାତ୍ର , ରବୀନ୍ଦ୍ର କୁମାର ପାଲଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି I

Tags: