ବ୍ୟାଙ୍କ ଲୁଟିବାରେ ବିଫଳ ହେବାରୁ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

ସୋର : ଝରକା ତାଡି ବ୍ୟାଙ୍କ ଲୁଟ ଉଦ୍ୟମ । ଲକର ଭାଙ୍ଗିବାରେ ସଫଳ ନହେବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ବଜାରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଏହି ଘଟଣା ଘଟିଛି। ବ୍ୟାଙ୍କରୁ ପ୍ରବଳ ଧୂଆଁ ବାହାରିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ୩ଟି ଦମକଳ ପହଁଚି ନିଆଁ ଲିଭାଇଛନ୍ତି । ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ […]

Samaya Live Picture
Published On

ସୋର : ଝରକା ତାଡି ବ୍ୟାଙ୍କ ଲୁଟ ଉଦ୍ୟମ । ଲକର ଭାଙ୍ଗିବାରେ ସଫଳ ନହେବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ବଜାରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଏହି ଘଟଣା ଘଟିଛି। ବ୍ୟାଙ୍କରୁ ପ୍ରବଳ ଧୂଆଁ ବାହାରିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ୩ଟି ଦମକଳ ପହଁଚି ନିଆଁ ଲିଭାଇଛନ୍ତି ।

ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କଲୁଟ କରିବା ପାଇଁ ଗ୍ରୀଲକାଟି ଭିତରେ ପଶିଥିଲେ ଦୁର୍ବୁତ୍ତ । ତେବେ ଦୁର୍ବୁତ୍ତମାନେ ବିଶେଷ କିଛି ନପାଇବାରୁ ବ୍ୟାଙ୍କ ପଛରେ ଥିବା ଟଙ୍କା ଲକରକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିଫଳ ହେବା ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କରୁ ଧୂଆଁ ବାହୁରୁଥିବା ଦେଖି ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘଟଣା ସ୍ଥଳରେ ସୋର ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Tags: