ବ୍ୟାଙ୍କରେ ନିଆଁ,୩ ଅସୁସ୍ଥ
ବାରିପଦା : ବାରିପଦା ସହର ସ୍ଥିତ “ବ୍ୟାଙ୍କ ଅଫ୍ ଇଣ୍ଡିଆ” ଜୋନାଲ ଅଫିସରେ ଅଗ୍ନିକାଣ୍ଡ। ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଦ୍ୱରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡରେ ବ୍ୟାଙ୍କ ଭିତରେ କର୍ମଚାରୀ ମାନଙ୍କ ସହିତ ଅନେକ ଗ୍ରାହକ ଫସି ରହିଥିବା ଜଣାପଡିଛି I ବ୍ୟାଙ୍କରେ ନିଆଁଲିଭା କାର୍ଯ୍ୟରେ ୨ ଟି ଦମକଳ ନିୟୋଜିତ ଥିବାବେଳେ ପ୍ରବଳ ଧୁଆଂ ଯୋଗୁଁ ୩ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବ୍ୟାଙ୍କର ତୃତୀୟ […]
ବାରିପଦା : ବାରିପଦା ସହର ସ୍ଥିତ “ବ୍ୟାଙ୍କ ଅଫ୍ ଇଣ୍ଡିଆ” ଜୋନାଲ ଅଫିସରେ ଅଗ୍ନିକାଣ୍ଡ। ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଦ୍ୱରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡରେ ବ୍ୟାଙ୍କ ଭିତରେ କର୍ମଚାରୀ ମାନଙ୍କ ସହିତ ଅନେକ ଗ୍ରାହକ ଫସି ରହିଥିବା ଜଣାପଡିଛି I ବ୍ୟାଙ୍କରେ ନିଆଁଲିଭା କାର୍ଯ୍ୟରେ ୨ ଟି ଦମକଳ ନିୟୋଜିତ ଥିବାବେଳେ ପ୍ରବଳ ଧୁଆଂ ଯୋଗୁଁ ୩ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବ୍ୟାଙ୍କର ତୃତୀୟ ମହଲାରେ ଥିବା କ୍ୟାଣ୍ଟିନରେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସଠିକ ଆକଳନ କରାଯାଇପାରି ନାହିଁ I




