ବ୍ରିଜ ଉପରେ ଗାଡି ରଖି ବ୍ୟାଙ୍କ କର୍ମଚାରୀ ନିଖୋଜ

କଟକ : ପୁଣି କଟକ ମୁଣ୍ଡଳୀ ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ବ୍ୟକ୍ତି । ଗତକାଲି ଠାରୁ ନଦୀକୁ ଡେଇଁ ନିଖୋଜ ହୋଇଥିବାବେଳେ ବ୍ରିଜ ଉପରେ ତାଙ୍କର ଗାଡି ଥୁଆ ହୋଇଥିବା ଦେଖାଯାଇଛି । ନିଖୋଜ ବ୍ୟକ୍ତି ହେଲେ ତାରିଣୀ ପ୍ରସାଦ ରାଉତ । ସେ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାବେଳେ ତାଙ୍କ ଘର ଢେଙ୍କାନାଳ ବୋଲି ସୂଚନା ମିଳିଛି । ସୋମବାର ଠାରୁ ତାରିଣୀଙ୍କ ପତ୍ତା ମିଳୁନି । ବ୍ରିଜ ଉପରେ ତାରିଣୀଙ୍କ ବାଇକ ଥିବାରୁ […]

Samaya Live Picture
Published On

କଟକ : ପୁଣି କଟକ ମୁଣ୍ଡଳୀ ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ବ୍ୟକ୍ତି । ଗତକାଲି ଠାରୁ ନଦୀକୁ ଡେଇଁ ନିଖୋଜ ହୋଇଥିବାବେଳେ ବ୍ରିଜ ଉପରେ ତାଙ୍କର ଗାଡି ଥୁଆ ହୋଇଥିବା ଦେଖାଯାଇଛି । ନିଖୋଜ ବ୍ୟକ୍ତି ହେଲେ ତାରିଣୀ ପ୍ରସାଦ ରାଉତ । ସେ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାବେଳେ ତାଙ୍କ ଘର ଢେଙ୍କାନାଳ ବୋଲି ସୂଚନା ମିଳିଛି । ସୋମବାର ଠାରୁ ତାରିଣୀଙ୍କ ପତ୍ତା ମିଳୁନି । ବ୍ରିଜ ଉପରେ ତାରିଣୀଙ୍କ ବାଇକ ଥିବାରୁ ସେ ତଳକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ଏନେଇ ପରିବାର ଲୋକ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ବାରଙ୍ଗ ପୋଲିସ ଅଗ୍ନିଶମ ବାହିନୀର ସହାୟତାରେ ସର୍ଚ୍ଚ ଅପରେସନ ଜାରି ରହିଛି । ହେଲେ ତାରିଣୀଙ୍କ ପତ୍ତା ମିଳିନି । ତେବେ କେଉଁ କାରଣରୁ ସେ ନଦୀକୁ ଡେଇଛନ୍ତି କି ଅନ୍ୟ କେଉଁଠିକୁ ଯାଇଛନ୍ତି ତାହା ସ୍ପଷ୍ଟ ହୋଇ ନଥିବାବେଳେ ଅଗ୍ନିଶମ ବାହିନୀ ଅନୁସନ୍ଧାନ ଜାରି ରଖିଛି ।

Tags: