ବଣ୍ଡା ଛାତ୍ର ହେବେ ପ୍ରଥମ ଡାକ୍ତର
ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ଖୁସିର ଲହରୀ । ଡାକ୍ତରୀ ପାଠ ପଢିବେ ପ୍ରଥମ ବଣ୍ଡା ଛାତ୍ର । ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍ ବଣ୍ତାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି । ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରଥମ ଡାକ୍ତର ହେବେ ମଙ୍ଗଳା । ସେ ନିଟ୍ ପରୀକ୍ଷାରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତା ୩୦ ତାରିଖରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବେ ମଙ୍ଗଳା । ବଣ୍ତାଘାଟିର ଅଣ୍ଡ୍ରାହଲ […]
ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ଖୁସିର ଲହରୀ । ଡାକ୍ତରୀ ପାଠ ପଢିବେ ପ୍ରଥମ ବଣ୍ଡା ଛାତ୍ର । ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍ ବଣ୍ତାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି । ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରଥମ ଡାକ୍ତର ହେବେ ମଙ୍ଗଳା । ସେ ନିଟ୍ ପରୀକ୍ଷାରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତା ୩୦ ତାରିଖରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବେ ମଙ୍ଗଳା । ବଣ୍ତାଘାଟିର ଅଣ୍ଡ୍ରାହଲ ପଞ୍ଚାୟତ ଅଧୀନ ବଡ଼ବେଲ ଗାଁର ବାପା ହାଡ଼ି ମୁଦୁଲି ଏବଂ ମାଆ ମଙ୍ଗଳି ମୁଦୁଲିଙ୍କ ବଡ଼ ପୁଅ ହେଉଛନ୍ତି ମଙ୍ଗଳା
ପିଲାଟି ଦିନରୁ ଅଭାବ ଅନଟନରେ ପାଠ ପଢ଼ିବାକୁ ସଂଘର୍ଷ କରିଥିଲେ । ବଣ୍ଡାଘାଟିର ଶିକ୍ଷକ ଉତ୍କଳ କେଶରୀ ଦାସ ମଙ୍ଗଳାଙ୍କ ପାଇଁ ସାଜିଥିଲେ ଦେବଦୁତ । ପ୍ରଥମେ ମୁଦୁଲିପଡ଼ା ସରକାରୀ ଆବାସିକ ବିଦ୍ୟାଳୟରେ ପ୍ରଥମରୁ ୧୦ ଯାଏ ପଢ଼ି ସେଠାରୁ ୧୦ ମରେ ଦ୍ବିତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କ ମାର୍ଗଦର୍ଶନରେ ସେ ମାଥିଲି ବଳଦିଆଗୁଡାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ।
ମଙ୍ଗଳାଙ୍କ ପାଠପଢା ଆଗ୍ରହ ଦେଖି ତାଙ୍କୁ ଡାକ୍ତରୀ ପଢିବା ପାଇଁ ବଣ୍ଡା ଘାଟିରୁ ନିଜ ଗାଁ ବାଲେଶ୍ୱର ଆଣି ନିୟମିତ ନିଜ ତତ୍ୱାବଧାନରେ ମଙ୍ଗଳାଙ୍କୁ ପାଠ ପଢ଼ାଉଥିଲେ ଉତ୍କଳ କେଶରୀ । ଏପରିକି ବାଲେଶ୍ୱରରେ ଥିବା ଇରୋଡାଭ କୋଚିଂ ସଂସ୍ଥାରେ ତାଲିମ ନେବାକୁ ସହଯୋଗ କଲେ । ଏହି ସମୟରେ ସେହିପରି ସାମାଜିକ କର୍ମୀ ଜୟନ୍ତୀ ବୁରୁଦା ମଙ୍ଗଳାଙ୍କ ପାଠପଢା ଦେଖି ଏକ ମୋବାଇଲ ଫୋନ ଦେଇଥିଲେ । ଶିକ୍ଷକଙ୍କ ପ୍ରଚେଷ୍ଟା ଏବଂ ମଙ୍ଗଳାଙ୍କ କଠିନ ପରିଶ୍ରମ ଶେଷରେ ସଫଳ ହୋଇଛି । ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମଙ୍ଗଳା। ଆସନ୍ତା ୩୦ ତାରିଖରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ସେ ନାମ ଲେଖାଇବେ । ଡାକ୍ତର ହୋଇ ଲୋକଙ୍କ ସେବା କରିବା ସହ ସ୍ବପ୍ନ ପୂରଣ କରିବାକୁ ପାଠପଢାରେ ଉଦ୍ୟମ ଜାରି ରଖିବା ସହିତ ତାଙ୍କ ସଫଳତା ପଛରେ ଥିବା ବଦାନ୍ୟ ବ୍ୟକ୍ତିଙ୍କୁ ଏହାର ଶ୍ରେୟ ଦେଇଛନ୍ତି ମଙ୍ଗଳା।




