ବଣ୍ଡା ଛାତ୍ରୀ ମଜୁରୀ ଲାଗିବା ଘଟଣା,୧୦ ମିନିଟରେ ସମସ୍ୟା ସମାଧାନ କର-5T ସଚିବ

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମେଧାବୀ ବଣ୍ଡା ଝିଅ କର୍ମା ମୁଦୁଲି ମୂଳ ଲାଗିବା ଘଟଣା I ତୁରନ୍ତ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । ସେହି ଅନୁସାରେ କର୍ମା ମୁଦୁଲିଙ୍କର ପାଠପଢ଼ା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ଜିଲ୍ଲା ପ୍ରଶାସନ । ଏ ସଂକରାନ୍ତେ ମଙ୍ଗଳବାର ଜିଲ୍ଲା ମଙ୍ଗଳ ଅଧିକାରୀ ସମ୍ପୃକ୍ତ ଛାତ୍ରୀ କରମା ମୁଦୁଲିଙ୍କ ନିକଟରେ ପହଞ୍ଚି ତାଙ୍କ ଅସୁବିଧା ସମ୍ପର୍କରେ […]

Samaya Live Picture
Published On

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମେଧାବୀ ବଣ୍ଡା ଝିଅ କର୍ମା ମୁଦୁଲି ମୂଳ ଲାଗିବା ଘଟଣା I ତୁରନ୍ତ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । ସେହି ଅନୁସାରେ କର୍ମା ମୁଦୁଲିଙ୍କର ପାଠପଢ଼ା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ଜିଲ୍ଲା ପ୍ରଶାସନ । ଏ ସଂକରାନ୍ତେ ମଙ୍ଗଳବାର ଜିଲ୍ଲା ମଙ୍ଗଳ ଅଧିକାରୀ ସମ୍ପୃକ୍ତ ଛାତ୍ରୀ କରମା ମୁଦୁଲିଙ୍କ ନିକଟରେ ପହଞ୍ଚି ତାଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଉଚ୍ଚ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ କର୍ମାଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ କୁହାଯାଇଛି।

କରମାଙ୍କ ସ୍ଥିତି ଓ ସମସ୍ୟା ପରିପ୍ରେକ୍ଷୀରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ମାତ୍ର ୧୦ ମିନିଟ ମଧ୍ୟରେ ତାଙ୍କ ସମସ୍ୟାର ସମାଧାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କରମାଙ୍କୁ ଆବଶ୍ୟକ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ। ତେଣୁ କରମାଙ୍କୁ ଆଉ ମୂଲ ଲାଗିବାକୁ ପଡ଼ିବ ନାହିଁ। ରିପୋର୍ଟ ଅନୁସାରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଡେଇଗୁଡ଼ା ଗ୍ରାମର କରମା ଗୋବିନ୍ଦପାଲ୍ଲୀ କଲେଜରେ ଯୁକ୍ତ ୨ ପଢୁଥିଲେ। ସେ ବାଣିଜ୍ୟରେ ଜିଲ୍ଲା ଟପ୍ପର ହୋଇଥିଲେ।

ମାଲାକାନଗିରିର ବାଣିଜ୍ୟ ଟପ୍ପର ଛାତ୍ରୀ ଦିନ ମଜୁରିଆ କାମ କରୁଥିବା ଖବର ପ୍ରସାରଣ ହେବା ପରେ ଏହା ପରେ ସେ ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟର +୩ ବାଣିଜ୍ୟ ବିଭାଗର ଛାତ୍ରୀ ଭାବେ ନାମ ଲେଖାଇଛନ୍ତି। ତାଙ୍କୁ ମାଟ୍ରିକ୍ ପରବର୍ତ୍ତୀ ସ୍କୋଲାରସିପ୍ ବାବଦକୁ ୧୩ ହଜାର ୫ଶହ ଟଙ୍କା ମିଳିଛି। ଏହା ସହିତ ସେ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲାପ୍‌ଟପ୍‌ ପାଇଁ ଆବେଦନ କରିଛନ୍ତି। ତାଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ରେଡ୍‌କ୍ରସ୍ ଫଣ୍ଡରୁ ୧୦ ହଜାର ଟଙ୍କା ଓ ଆଇସି ଯୋଜନାରେ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ତାଙ୍କ ପରିବାରକୁ ମଧ୍ୟ ସରକାରୀ ଯୋଜନାରେ ସହାୟତା ମିଳୁଥିବା ସହ ବାପା ମାଆ ଉଭୟ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଉଛନ୍ତି।

ତେବେ କରମାଙ୍କ କହିବା ଅନୁସାରେ ହଷ୍ଟେଲରେ ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶି ମାସିକ ପ୍ରାୟ ୩ ହଜାର ଟଙ୍କା ଯୋଗାଡ଼ କରିବା ତାଙ୍କ ପାଇଁ ସମସ୍ୟା ହେଉଥିଲା। ତେଣୁ ସେମିଷ୍ଟର ଛୁଟିରେ ସେ ଗାଁକୁ ଆସି ମୂଲ ଲାଗି ଅର୍ଥ ସଂଗ୍ରହ କରୁଥିଲେ। ଏହି ଅର୍ଥରେ ସେ ପଢ଼ା ଖର୍ଚ୍ଚ ଉଠାଇବାକୁ ଯୋଜନା କରିଥିଲେ। କିନ୍ତୁ ଏ ଖବର ପ୍ରଚାରିତ ହେବା କ୍ଷଣି ତତ୍ପର ହୋଇଥିଲେ ସରକାର। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କରମାଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କର ପଢ଼ା ଖର୍ଚ୍ଚ ବାବଦକୁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୁନିଶ୍ଚିତ କରିଛନ୍ତି।

Tags: