ବନକଲାଗି ନୀତି ବିବାଦ,ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ତୁଟୁ ନାହିଁ ବନକଲାଗି ନୀତି ବିବାଦ । ମାସେରୁ ଅଧିକ ହେବ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ବିବାଦ ଚାଲିଛି । ଆଜି ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ I ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କରାଯିବ ଆଲୋଚନା। ନୀଳାଦ୍ରି ବିଜେ ପରଠୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନାହିଁ । ଏହା ପୂର୍ବରୁ ନୀତି ସବ୍‌‌ କମିଟି ବୈଠକ ବସିଥିଲା। ଏଥିରେ ବିଭିନ୍ନ […]

Samaya Live Picture
Published On

ପୁରୀ: ତୁଟୁ ନାହିଁ ବନକଲାଗି ନୀତି ବିବାଦ । ମାସେରୁ ଅଧିକ ହେବ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ବିବାଦ ଚାଲିଛି । ଆଜି ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ I ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କରାଯିବ ଆଲୋଚନା। ନୀଳାଦ୍ରି ବିଜେ ପରଠୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନାହିଁ ।

ଏହା ପୂର୍ବରୁ ନୀତି ସବ୍‌‌ କମିଟି ବୈଠକ ବସିଥିଲା। ଏଥିରେ ବିଭିନ୍ନ ମତାମତ ଆସିଛି। ତେଣୁ ଏହି ମତାମତ ସବୁକୁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ଯଦିଓ ଦତ୍ତମହାପାତ୍ର ନିଯୋଗ ପ୍ରଶାସନ ନିଷ୍ପତ୍ତି ଅନୁସାରେ କାମ କରିବ ବୋଲି କହିଛି କିନ୍ତୁ ପରିଚାଳନା କମିଟି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମାଧାନର ସୂତ୍ର ବାହାରିବ। ଏହାସହ ଶ୍ରୀମନ୍ଦିର ସେବାୟତଙ୍କ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ, ସେବାୟତ ଆବାସ ଯୋଜନା, ଶ୍ରୀମନ୍ଦିର ବଜେଟ ଓ ଜମିଜମା ବିକ୍ରୀ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ । ସେହିପରି ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ vaginosisbacteriana.org । ହେଲେ ଏହି ବୈଠକରେ ବନକଲାଗି ବିଭ୍ରାଟ, ରତ୍ନଭଣ୍ତାର ଖୋଲିବା ପରି ପ୍ରସଙ୍ଗ ବଷୟରେ ଆଲୋଚନା କରାଯିବ ନାହିଁ ବୋଲି ସୂଚନା ରହିଛି ।

Tags: