ରାବଣ ପୋଡିରେ ବାଣ ପ୍ରତିଯୋଗିତା ବ୍ୟାନ – ହାଇକୋର୍ଟ

କଟକ: ଚଳିତବର୍ଷ ରାବଣପୋଡ଼ିରେ କଟକରେ ହେବ ନାହିଁ ବାଣ ପ୍ରତିଯୋଗିତା। ବାଣ ପ୍ରତିଯୋଗିତା ବନ୍ଦ ପାଇଁ ନର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯଇଛି। ରାବଣପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା ୧୦ ତାରିଖ ଭିତରେ ଯୋଗାଇବା ପାଇଁ ସିଏମସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଟ୍ରାଫିକ ସୁପରିଚାଳନା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ […]

Samaya Live Picture
Published On

କଟକ: ଚଳିତବର୍ଷ ରାବଣପୋଡ଼ିରେ କଟକରେ ହେବ ନାହିଁ ବାଣ ପ୍ରତିଯୋଗିତା। ବାଣ ପ୍ରତିଯୋଗିତା ବନ୍ଦ ପାଇଁ ନର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯଇଛି। ରାବଣପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା ୧୦ ତାରିଖ ଭିତରେ ଯୋଗାଇବା ପାଇଁ ସିଏମସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଟ୍ରାଫିକ ସୁପରିଚାଳନା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସେହିପରି ହାଇକୋର୍ଟ ଭସାଣି ପାଇଁ ଡିଜେକୁ ଅନୁମତି ଦେଇଛନ୍ତି । କିନ୍ତୁ ଏହା ଯେପରି ଅନ୍ୟକୁ କ୍ଷତି ନପହଞ୍ଚାଏ ସେନେଇ ଏହା ୬୫ ଡେସିବେଲ ଭିତରେ ରହିବ । ସେହିପରି ଦଶହରାରେ ରୁମାଲ କି ଗାମୁଛା ଧରି ନାଚିବା ମନା । ଦଶହରା ଭସାଣିରେ ନାଚିବା ନେଇ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି । ରୁମାଲ କି ଗାମୁଛା ହଲାଇ ନାଚି ପାରିବେନି ସାହି ଯୁବକ । ଶୋଭାଯାତ୍ରାରେ ମହିଳାଙ୍କ ନାଚକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କଲା ଗ୍ରାମାଞ୍ଚଳ ପୋଲିସ । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶାରଦୀୟ ଦୁର୍ଗାପୂଜା ଗ୍ରାମାଞ୍ଚଳର ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିରେ ବ୍ୟତିକ୍ରମ କଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ।

Tags: