ମାଲକାନଗିରିରେ ଗଡିବନି ଲକ୍ଷ୍ମୀ ଏସି ବସ

କୋରାପୁଟ : ମାଲକାନଗିରି ଜିଲ୍ଲାରେ ଆଉ ଚାଲିବନି ଲକ୍ଷ୍ମୀ ଏସି ବସ I ୬ ଟି ରୁଟରେ ବସ ଚଳାଚଳ ବାତିଲ କରାଯାଇଛି I ଜିଲ୍ଲା ସଦରରୁ ବ୍ଲକ ସଦରରୁ ଗଡୁଥିଲା ଏହି ଏସି ବସ୍। ଆରରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି। ସବୁ ବସ୍ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରିରୁ କାଲିମେଳା, ପଡିଆ, କୋରୁକୋଣ୍ଡ, ଚିତ୍ରକୋଣ୍ଡା, ଖଇରପୁଟ ଏବଂ ମାଥିଲି ରୁଟରେ ଚଳାଚଳ କରୁଥିବା ଏହି ସବୁ ବସ୍ ବନ୍ଦ […]

Samaya Live Picture
Published On

କୋରାପୁଟ : ମାଲକାନଗିରି ଜିଲ୍ଲାରେ ଆଉ ଚାଲିବନି ଲକ୍ଷ୍ମୀ ଏସି ବସ I ୬ ଟି ରୁଟରେ ବସ ଚଳାଚଳ ବାତିଲ କରାଯାଇଛି I ଜିଲ୍ଲା ସଦରରୁ ବ୍ଲକ ସଦରରୁ ଗଡୁଥିଲା ଏହି ଏସି ବସ୍। ଆରରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି। ସବୁ ବସ୍ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରିରୁ କାଲିମେଳା, ପଡିଆ, କୋରୁକୋଣ୍ଡ, ଚିତ୍ରକୋଣ୍ଡା, ଖଇରପୁଟ ଏବଂ ମାଥିଲି ରୁଟରେ ଚଳାଚଳ କରୁଥିବା ଏହି ସବୁ ବସ୍ ବନ୍ଦ କରାଯାଇଥିବା ସୂଚନା ମିଳିଛି ।

ଗ୍ରାମାଞ୍ଚଳ ଲୋକେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରି ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ ପୂର୍ବତନ ସରକାର। ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ପୂର୍ବ ସରକାର ଆରମ୍ଭ କରିଥିଲେ ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା । ଗମନାଗମନ ଅସୁବିଧା ଜାଣିବା ପରେ ଏହିଠାରୁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଜିଲ୍ଲାରେ ପାଖାପାଖି ୩୬ଟି ବସ ସେବା ଯୋଗାଉଛି ।

ସୂଚନାନୁସାରେ,ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯାଇଛି।

Tags: