‘ବଳରାମ’ ଯୋଜନା : ବିନା ବନ୍ଧକରେ ଭୂମିହୀନ ଚାଷୀଙ୍କ ଋଣ ୨ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର : ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କ ଋଣ ହାର ବୃଦ୍ଧିକଲେ ରାଜ୍ୟ ସରକାର । ବିନା ବନ୍ଧକରେ ଚାଷୀଙ୍କୁ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ‘ବଳରାମ’ ଯୋଜନାର ହିତାଧିକାରୀଙ୍କୁ ଦେଉଥିବା ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । […]

Samaya Live Picture
Published On

ଭୁବନେଶ୍ୱର : ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କ ଋଣ ହାର ବୃଦ୍ଧିକଲେ ରାଜ୍ୟ ସରକାର । ବିନା ବନ୍ଧକରେ ଚାଷୀଙ୍କୁ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ‘ବଳରାମ’ ଯୋଜନାର ହିତାଧିକାରୀଙ୍କୁ ଦେଉଥିବା ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଚାଷୀ ଆତ୍ମହତ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି ।

ଭୂମିହୀନ ଚାଷୀଙ୍କୁ ରିହାତି ଦରରେ ସହଜରେ କୃଷି ଋଣ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ୨୦୨୦ ମସିହାରୁ ‘ବଳରାମ’ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟରେ ଆତ୍ମହତ୍ୟା କରୁଥିବା ଅଧିକାଂଶ ଚାଷୀ ହେଲେ ଭାଗଚାଷୀ। ନିଜସ୍ବ ଜମି ପଟ୍ଟା ନଥିବାରୁ ସମବାୟ ସମିତି କିମ୍ବା ବ୍ୟାଙ୍କ ପକ୍ଷରୁ ଏମାନଙ୍କୁ କୃଷି ଋଣ ମିଳେ ନାହିଁ। ମହାଜନ କିମ୍ବା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ମାତ୍ରାଧିକ ସୁଧରେ ଋଣ ନେବାକୁ ସେମାନେ ବାଧ୍ୟ ହୋଇ ଋଣଭାର ପରିଶୋଧ କରିନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି ।

Tags: