ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ : ବିଶ୍ୱପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରକୁ ମିଳିଲାନି ଜାତୀୟ ମାନ୍ୟତା। ଏନେଇ ରାଜ୍ୟକୁ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ଜାତୀୟ ମାନ୍ୟତା ନମିଳିବା ନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ । ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ ଏବଂ ଆଗାମୀ ସମୟରେ ସଂସଦରେ ଏହି ପ୍ରସଙ୍ଗ ଉଠିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁବାସ ସିଂ । ହଜାରେ ବର୍ଷର ସହର କଟକର […]

Samaya Live Picture
Published On

କଟକ : ବିଶ୍ୱପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରକୁ ମିଳିଲାନି ଜାତୀୟ ମାନ୍ୟତା। ଏନେଇ ରାଜ୍ୟକୁ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ଜାତୀୟ ମାନ୍ୟତା ନମିଳିବା ନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ । ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ ଏବଂ ଆଗାମୀ ସମୟରେ ସଂସଦରେ ଏହି ପ୍ରସଙ୍ଗ ଉଠିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁବାସ ସିଂ ।

ହଜାରେ ବର୍ଷର ସହର କଟକର ବାଲିଯାତ୍ରା ହେଉଛି କଳା,ସଂସ୍କୃତି,ଐତିହ୍ୟ ଓ ବାଣିଜ୍ୟର ସମାହାର। ବାଲିଯାତ୍ରା ଖାଲି କଟକ ନୁହେଁ ସାରା ଓଡିଶାର ପରିଚୟ । ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ମିଳିବା ପରେ ଜାତୀୟ ସ୍ତରୀୟ ପାଇବା ଦାବି ଜୋର ଧରିଥିଲା । ହେଲେ ଏସବୁ ଦାବି ଉପରେ ପଡିଛି ପୂର୍ଣ୍ଣଚ୍ଛେଦ I ଜାତୀୟ ମାନ୍ୟତା ଦେବାକୁ ମନାକରିଛି କେନ୍ଦ୍ର ସଂସ୍କୃତି ବିଭାଗ Iଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର ସୁଵାସସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, ଅଥଚ ମାନ୍ୟତା ଦେଉନାହାନ୍ତି। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନମିଳିବା ଦୁର୍ଭାଗ୍ୟଜନକ ।

Tags: