ଆକର୍ଷଣୀୟ ହେବ ଐତିହାସିକ ବାଲିଯାତ୍ରା: ବିଭିନ୍ନ ଦେଶର ରାଷ୍ଟ୍ରଦୂତ ସହ ବିଦେଶୀ ସାଂସ୍କୃତିକ ଗ୍ରୁପ ହେବେ ସାମିଲ

କଟକ:ଏଥର ବାଲିଯାତ୍ରାକୁ ଖାସ ଓ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ। କେମିତି ଲୋକେ ବାଲିଯାତ୍ରାରେ ନୂଆ ଅନୁଭବ ଓ ଅନୁଭୂତି ସାଉଁଟିବେ ଲୋକେ ସେଥିପାଇଁ ପ୍ରଶାସନ ତରଫରୁ ସବୁ ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରା କୁ ବ୍ୟାପକ ଢଙ୍ଗରେ ପାଳନ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି କରାଯାଉଛି। ଏଥର କଟକ ଐତିହାସିକ ବାଲିଯାତ୍ରାରେ ୧୨ଟି ଦେଶର ରାଷ୍ଟ୍ରଦୂତ ଅତିଥିଭାବେ […]

Samaya Live Picture
Published On

କଟକ:ଏଥର ବାଲିଯାତ୍ରାକୁ ଖାସ ଓ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ। କେମିତି ଲୋକେ ବାଲିଯାତ୍ରାରେ ନୂଆ ଅନୁଭବ ଓ ଅନୁଭୂତି ସାଉଁଟିବେ ଲୋକେ ସେଥିପାଇଁ ପ୍ରଶାସନ ତରଫରୁ ସବୁ ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରା କୁ ବ୍ୟାପକ ଢଙ୍ଗରେ ପାଳନ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି କରାଯାଉଛି। ଏଥର କଟକ ଐତିହାସିକ ବାଲିଯାତ୍ରାରେ ୧୨ଟି ଦେଶର ରାଷ୍ଟ୍ରଦୂତ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା
ସହ ଆହୁରି ଅଧିକ ଦେଶର ରାଷ୍ଟ୍ର ଦୂତ ଯୋଗ ଦେବା ପାଇଁ ସମସ୍ତ ପ୍ରକାର ର ଚେଷ୍ଟା କରାଯାଉଛି। ବାଲିଯାତ୍ରା ର ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ୭ ଦେଶର ସାଂସ୍କୃତିକ ଗ୍ରୁପ୍ ସାମିଲ ହେବା ପାଇଁ ସହମତି ପ୍ରକାଶ କରିଛନ୍ତି। ଅନ୍ତରାଷ୍ଟ୍ରୀୟ ସ୍ତରରେ ବାଲିଯାତ୍ରାକୁ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଚେଷ୍ଟା କରାଯାଉଛି।

ବାଲିଯାତ୍ରାରେ ଚଳିତବର୍ଷ ଓରମାସରେ ୫୦୦ ରୁ ଉର୍ଦ୍ଧ୍ବ ଷ୍ଟଲର ବ୍ୟବସ୍ତା କରାଯାଇଛି। ୨୩ ରାଜ୍ୟର ବ୍ୟବସାୟୀ ମାନେ ଚଳିତ ବର୍ଷ ବାଲିଯାତ୍ରାରେ ଓରମାସରେ ତାଙ୍କ ବ୍ୟବସାୟର ପସରା ମେଳାଇବେ। କିଣା କିଣି ସହିତ ଖାଦ୍ୟପେୟର ମଜା ନେବେ ଦର୍ଶକ। ଓରମାସ ଭିତରେ ଧଉଳି ର ଏକ ଶାନ୍ତି ସ୍ତୁପର ଏକ ଥିମ କରାଯାଇଛି। ଏହା ସହ ପାଞ୍ଚଟି ଥିମ ଷ୍ଟଲ କରାଯାଇଛି। ଏଥି ମଧ୍ୟରେ ରହିଛି ଲେମନ ଗ୍ରାସ ,ଟେରାକୋଟା କପ , ଅଗରବତୀ , ବ୍ରେସ୍ଟ ଫିଡିଂ ରୁମ ର ଥିମ।ଓରମାସ ଭିତରେ ରହିବ ଏଟିମ ଯାହା ଅନଲାଇନ କିଣା କିଣି କରିବା ପାଇଁ ସାହାଯ୍ୟ କରିବ।ଚଳିତ ଥର ବାଲିଯାତ୍ରା ଖାସ ହେବାକୁ ଯାଉଛି।

Tags: