ବାଲିଯାତ୍ରାରେ ଅଘଟଣ,ବିଦ୍ୟୁତ ଆଘାତରେ ଛାତ୍ରଙ୍କ ମୃତ୍ୟୁ
କଟକ : ବାଲିଯାତ୍ରା ବୁଲିବା ବେଳେ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ଘଟଣା । କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଲେ ମୃତକଙ୍କ ପରିବାର ଲୋକ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ ପାଇଁ ଦାବି କରାଯାଇଛି । ଅଘଟଣ ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ତହସିଲଦାର ଓ ଟିପିସିଓଡିଏଲକୁ ତଦନ୍ତ କରିବାକୁ ନିର୍ଦ୍ଦେଶ […]
କଟକ : ବାଲିଯାତ୍ରା ବୁଲିବା ବେଳେ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ଘଟଣା । କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଲେ ମୃତକଙ୍କ ପରିବାର ଲୋକ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ ପାଇଁ ଦାବି କରାଯାଇଛି । ଅଘଟଣ ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ ।
ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ତହସିଲଦାର ଓ ଟିପିସିଓଡିଏଲକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ରହିଛି । କାହା ଜାଣତରେ ଅଘଟଣ ଘଟିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ଘଟଣାକୁ ଦୁଃଖଦ କହିବା ସହିତ ମୃତଙ୍କ ପରିବାରକୁ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ରବିବାର କଟକ ବାଲିଯାତ୍ରା ବୁଲିବାକୁ ଆସିଥିଲେ ଜଗତସିଂହପୁର ଅଞ୍ଚଳର ଯୁକ୍ତ ୨ ଛାତ୍ର ବିଶ୍ବ ପ୍ରକାଶ ମନ୍ଥନ । ସେ କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ । ବୁଲିବା ସମୟରେ ସେ ପଡିଆରେ ଲାଗିଥିବା ଲିଚୁ ଲାଇଟ ଧରି ପକାଇଥିଲେ । ଆଉ କରେଣ୍ଟ ଆଘାତରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।




