ଚଳିତବର୍ଷ ବାଲିଯାତ୍ରା ପାଇଁ ସ୍ବତନ୍ତ୍ର ବସର ବ୍ୟବସ୍ଥା
କଟକ: ଚଳିତ ବର୍ଷ ବାଲିଯାତ୍ରା ପ୍ରବଳ ଜନସମାଗମ ହେଉଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାଉସାହେବ ଶିନ୍ଦେ ଜନସାଧାରଣଙ୍କ ସୁବିଧାରେ ନିଶୁଳ୍କ ଯାତାୟତ ଓ ଗମନାଗମନ ନିମନ୍ତେ ବାଲିଯାତ୍ରା ପଡିଆକୁ ସଂଯୋଗ କରୁଥିବା ରିଂବନ୍ଧ ରାସ୍ତାର ଉଭୟ ପଟୁ ବସ ଚଳାଚଳ ବ୍ୟବସ୍ଥା କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ବିଡାନାସୀ ଚହଟା ନିକଟସ୍ଥ ଭୁଆସୁଣୀ ଗଡାଠାରୁ ୧୮ଟି ବସ ଏବଂ ବୋଷ ଇଞ୍ଜିିୟରିଙ୍ଗ୍ କଲେଜ୍ ଠାରୁ […]
କଟକ: ଚଳିତ ବର୍ଷ ବାଲିଯାତ୍ରା ପ୍ରବଳ ଜନସମାଗମ ହେଉଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାଉସାହେବ ଶିନ୍ଦେ ଜନସାଧାରଣଙ୍କ ସୁବିଧାରେ ନିଶୁଳ୍କ ଯାତାୟତ ଓ ଗମନାଗମନ ନିମନ୍ତେ ବାଲିଯାତ୍ରା ପଡିଆକୁ ସଂଯୋଗ କରୁଥିବା ରିଂବନ୍ଧ ରାସ୍ତାର ଉଭୟ ପଟୁ ବସ ଚଳାଚଳ ବ୍ୟବସ୍ଥା କରିଛନ୍ତି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ବିଡାନାସୀ ଚହଟା ନିକଟସ୍ଥ ଭୁଆସୁଣୀ ଗଡାଠାରୁ ୧୮ଟି ବସ ଏବଂ ବୋଷ ଇଞ୍ଜିିୟରିଙ୍ଗ୍ କଲେଜ୍ ଠାରୁ ୮ଟି ବସ ସାଧାରଣ ଯାତ୍ରୀଙ୍କ ନିମନ୍ତେ ଚାଲୁ କରାଯାଇଅଛି। ସେହି ପରି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।




