ବଲାଙ୍ଗୀର ଜିଲାରେ ସର୍ବାଧିକ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ
ବଲାଙ୍ଗୀର : ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍। ଦିନକୁ ଦିନ ଆକ୍ରାନ୍ତଂକ ସଂଖ୍ୟା ବୃଦ୍ଧି ପାଉଥିବା ନଜର ଆସୁଛି। ବଲାଙ୍ଗୀର ଜିଲାରେ ସବୁଠାରୁ ଅଧିକ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ୩୩୭ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ ମାସରେ ୧୨୮୩ ନମୁନାରୁ ୩୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି। ସେହିପରି ସୁନ୍ଦରଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ […]
ବଲାଙ୍ଗୀର : ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍। ଦିନକୁ ଦିନ ଆକ୍ରାନ୍ତଂକ ସଂଖ୍ୟା ବୃଦ୍ଧି ପାଉଥିବା ନଜର ଆସୁଛି। ବଲାଙ୍ଗୀର ଜିଲାରେ ସବୁଠାରୁ ଅଧିକ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ୩୩୭ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ ମାସରେ ୧୨୮୩ ନମୁନାରୁ ୩୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି।
ସେହିପରି ସୁନ୍ଦରଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୧୦ ପଜିଟିଭ ଚିହ୍ନଟ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏଥି ସହିତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧କୁ ବୃଦ୍ଧି ହୋଇଛି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର I CUରେ ଚିକିତ୍ସାଧୀନ ଅଛନ୍ତି।




