ବଳଙ୍ଗା ପିଡୀତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଭୁବନେଶ୍ୱର : ଅସ୍ତ୍ରାପୋଚାର ପରେ ବଳଙ୍ଗା ପିଡୀତାଙ୍କୁ ଜ୍ୱର । ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଛି । ଆଜି ୧୦.୩୦ ରେ ପୋଡ଼ିଯାଇଥିବା ସ୍ଥାନରେ ତାଙ୍କୁ ଅପରେସନ କରାଯାଇଥିଲା । ବର୍ତ୍ତମାନ ଅକ୍ସିଜେନ କଢ଼ାଯାଇଥିବାବେଳେ ସାମାନ୍ୟ ଜ୍ୱର ଆସିଥିବା ଡାକ୍ତରଖାନା କର୍ତୃପକ୍ଷ ସୂଚନା ଦେଇଛନ୍ତି । ଡାକ୍ତରମାନେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ସୂଚନାନୁସାରେ,ଗତ ଶନିବାର ଦିନ ନାବାଳିକା ଜଣକ ରାସ୍ତାରେ ଯାଉଥିବାବେଳେ ୩ ଜଣ ଯୁବକ ଏକ ବାଇକରେ ଆସି […]

ବଳଙ୍ଗା ପିଡୀତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର
Samaya Live Picture
Published On

ଭୁବନେଶ୍ୱର : ଅସ୍ତ୍ରାପୋଚାର ପରେ ବଳଙ୍ଗା ପିଡୀତାଙ୍କୁ ଜ୍ୱର । ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଛି । ଆଜି ୧୦.୩୦ ରେ ପୋଡ଼ିଯାଇଥିବା ସ୍ଥାନରେ ତାଙ୍କୁ ଅପରେସନ କରାଯାଇଥିଲା । ବର୍ତ୍ତମାନ ଅକ୍ସିଜେନ କଢ଼ାଯାଇଥିବାବେଳେ ସାମାନ୍ୟ ଜ୍ୱର ଆସିଥିବା ଡାକ୍ତରଖାନା କର୍ତୃପକ୍ଷ ସୂଚନା ଦେଇଛନ୍ତି । ଡାକ୍ତରମାନେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ସୂଚନାନୁସାରେ,ଗତ ଶନିବାର ଦିନ ନାବାଳିକା ଜଣକ ରାସ୍ତାରେ ଯାଉଥିବାବେଳେ ୩ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଭାର୍ଗବୀ ନଦୀ ପଠାକୁ ଟେକିନେଇ ନିଆଁ ଲଗାଇଦେଇଥିଲେ । ଜଳିଯିବ ଅବସ୍ଥାରେ ସେ ଦୌଡ଼ି ଦୌଡ଼ି ଆସି ସାହାଯ୍ୟ ପାଇଁ ପ୍ରାର୍ଥନା କରିଥିଲେ । ଗ୍ରାମବାସୀ ମାନେ ପ୍ରଥମେ ତାଙ୍କୁ ପିପିଲି ମେଡିକାଲ ଓ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ପୀଡ଼ିତାଙ୍କ ଶରୀରର ୭୫ ଭାଗ ପୋଡ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କାହାରିକୁ ଗିରଫ କରାଯାଇପାରିନାହିଁ । ସ୍ପେଶାଲ ସ୍କ୍ୱାଡ଼ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାର ତଦନ୍ତ କରୁଛି ।

Tags: