ମୋକିମଙ୍କୁ ସୁପ୍ରିମ କୋର୍ଟରୁ ଜାମିନ

ଭୁବନେଶ୍ୱର : ସୁପ୍ରିମ କୋର୍ଟରୁ ଜାମିନ ପାଇଲେ ମୋକିମ I ବରବାଟିର ପୂର୍ବତନ କଂଗ୍ରେସ ବିଧାୟକ ମୋହମ୍ମଦ ମୋକିମ ଙ୍କୁ OHRDC ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରୁ ଜାମିନ ମିଳିଛି I ମୋକିମଙ୍କ ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କରିଛନ୍ତି କୋର୍ଟ। ମୋକିମ ହାଇକୋର୍ଟ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ହାଇକୋର୍ଟ ORHDC ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ସୂଚନାନୁସାରେ,ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ହାଇକୋର୍ଟ […]

Samaya Live Picture
Published On

ଭୁବନେଶ୍ୱର : ସୁପ୍ରିମ କୋର୍ଟରୁ ଜାମିନ ପାଇଲେ ମୋକିମ I ବରବାଟିର ପୂର୍ବତନ କଂଗ୍ରେସ ବିଧାୟକ ମୋହମ୍ମଦ ମୋକିମ ଙ୍କୁ OHRDC ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରୁ ଜାମିନ ମିଳିଛି I ମୋକିମଙ୍କ ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କରିଛନ୍ତି କୋର୍ଟ। ମୋକିମ ହାଇକୋର୍ଟ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ହାଇକୋର୍ଟ ORHDC ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ସୂଚନାନୁସାରେ,ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ହାଇକୋର୍ଟ I

Tags: